ବଣ୍ଡାଘାଟିରେ ଅଟୋ ଓଲଟି ଦୁଇ ଗୁରୁତର, ଘଟଣାସ୍ଥଳରୁ ଚାଳକ ଫେରାର

Advertisment
ବଣ୍ଡାଘାଟିରେ ଅଟୋ ଓଲଟି ଦୁଇ ଗୁରୁତର, ଘଟଣାସ୍ଥଳରୁ ଚାଳକ ଫେରାର

ଗୋବିନ୍ଦପଲ୍ଲୀ: ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଅଟୋ ଓଲଟି ଦୁଇ ଯାତ୍ରୀ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ଏହାର ଚାଳକ ଫେରାର ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ପହଁଚି ଦୁଇ ଆହତଙ୍କୁ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି। ମୁଦୁଲିପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋ ଟିକୁ ଜବତ କରିବା ସହିତ ଅଟୋ ଚାଳକ କୁ ଖୋଜୁଛି। ଚକ୍ର ଶୀଶା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର କୋରାପୁଟ ରେଫର କରିଥିବା ବେଳେ ବଳରାମ ହନ୍ତାଳନାମକ ବ୍ୟକ୍ତି ଏବେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାଧୀନ ଅଛନ୍ତି।

ସୂଚନା ନେବାରୁ କଦମଗୁଡା ପଞ୍ଚାୟତ ଡାବୁଗୁଡା ଗ୍ରାମର ଚକ୍ର ସୀସା (୫୫) ଏବଂ ମାଡ଼କାପଦର ପଞ୍ଚାୟତର ସାମା କୁଣ୍ଡ ଗ୍ରାମର ବଳରାମ ହନ୍ତାଳ (୫୦) ବଣ୍ଡାଘାଟିର ଅଣ୍ଡରାହାଲ ପଞ୍ଚାୟତର ଖାଲଗୁଡା ଗ୍ରାମକୁ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇ ଫେରୁ ଥିବା ସମୟରେ ମାଙ୍କଡ଼ଝୋଲା ନିକଟରେ ଅଟୋଟି ନିଜର ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଅଟୋରେ ବସିଥିବା ଦୁଇ ଜଣ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡି ରହିଥିବା ବେଳେ ଅଟୋ ଚାଳକ ସେଠାରୁ କୁଆଡେ ଫେରାର ହୋଇଯାଇଥିଲା। ଚାଳକକୁ ଧରିବା ପାଇଁ ମୁଦୁଲିପଡା ପୁଲିସ ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe