ରେଳ ଲାଇନ୍‌ ପାର୍ଶ୍ୱ ଠିକା କ୍ୟାମ୍ପରୁ ଚୋରି, ଅଟୋ ଚାଳକ ଗିରଫ

Advertisment
ରେଳ ଲାଇନ୍‌ ପାର୍ଶ୍ୱ ଠିକା କ୍ୟାମ୍ପରୁ ଚୋରି, ଅଟୋ ଚାଳକ ଗିରଫ

ଯୁଯୁମୁରା : ଯୁଯୁମୁରା ଥାନା ଅଧୀନ ଗରଗଡ଼ବାହାଲ ରେଳ ଓଭରବ୍ରିଜ୍‌ ନିକଟରେ ରେଳ ଲାଇନ୍‌ ଦୋହରୀକରଣ କାମ କରୁଥିବା ଏକ ଠିକା ସଂସ୍ଥାର କ୍ୟାମ୍ପ୍‌ରୁ ଚୋରି କରିବା ଅଭିଯୋଗରେ ପୁଲିସ ରବିବାର ଜଣେ ଅଟୋ ଚାଳକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସୁଜନ ସିକ୍‌ଦାର ଓରଫ ମହମ୍ମଦ ଲକି (୨୦)। ତା’ଠାରୁ ପୁଲିସ ଚୋରି ହୋଇଥିବା ସାମଗ୍ରୀ ଓ ଏଥିରେ ବ୍ୟବହାର ହୋଇଥିବା ଅଟୋକୁ ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ ଶନିବାର ରାତି ପ୍ରାୟ ୨ଟା ବେଳେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଅଟୋ ଉକ୍ତ କ୍ୟାମ୍ପରୁ ବାହାରି ଜାତୀୟ ରାଜପଥ ୫୫କୁ ଆସୁଥିଲା। ପୁଲିସ ସନ୍ଦେହରେ ଉକ୍ତ ଅଟୋ (ଓଆର୍‌-୧୫ଏଚ୍‌-୭୮୬୦)କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଅଟୋରୁ ପ୍ୟାଚିଂ ପ୍ଲେଟ୍‌ ୩ଟି, ସେଣ୍ଟ୍ରିଂ ପ୍ଲେଟ୍‌ ୭ଟା, ଲୁହା ରଡ୍‌ ୬ଟା, ଚ୍ୟାନେଲ୍‌ ୨ଟା, ଜିଆଇ ପାଇପ୍‌ ୨ଟା ଜବତ କରାଯାଇଛି। ଏହି ସାମଗ୍ରୀଗୁଡ଼ିକକୁ ଅଟୋ ଚାଳକ ଲକି (୨୦) ଉକ୍ତ ଶିବିରରୁ ଚୋରି କରି ଆଣିଥିବା ପୁଲିସ ଆଗରେ ସ୍ବୀକାର କରିଛି। ଏ ନେଇ ଠିକା ସଂସ୍ଥାର ଜଣେ କର୍ମଚାରୀ ଦେବାଶିଷ ପାତ୍ର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଲକିକୁ ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe