ଚିକିତ୍ସା ଅବହେଳାରୁ ଚାଲିଗଲା ଅଟୋ ଚାଳକଙ୍କ ଜୀବନ

ଚିକିତ୍ସା ଅବହେଳାରୁ ଚାଲିଗଲା ଅଟୋ ଚାଳକଙ୍କ ଜୀବନ

ଝାରସୁଗୁଡ଼ା: ପୁଣିଥରେ ଚିକିତ୍ସା ଅବହେଳାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଆଜି ସକାଳ ୬ଟାରେ ଏୟାରପୋର୍ଟ ଥାନା ଅନ୍ତର୍ଗତ ତାଳପଟିଆ ଛକ ନିକଟରେ ବ୍ରେକ୍ ଡାଉନ୍ ହୋଇଥିବା ଟ୍ରକର ପଛରେ ଏକ ଅଟୋ ଧକ୍କା ହୋଇ ଯାଇଥିଲା। ଏହି ଘଟଣାରେ ଅଟୋ ଚାଳକ ସ୍ଥାନୀୟ କବରସ୍ଥାନ ପଡ଼ାର ଗୋବିନ୍ଦ ସାହୁ(୩୭) ଗୁରୁତର ଆହତ ହୋଇଥିଲେ। ପୁଲିସ୍ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଗୋବିନ୍ଦଙ୍କୁ ହସ୍ପିଟାଲରେ କେବଳ ପଟି ବାନ୍ଧି ଦିଆ ଯାଇଥିବା ବେଳେ ଅକ୍ସିଜେନର ଆବଶ୍ୟକତା ଥାଇ ମଧ୍ୟ ତାହା ଦିଆ ଯାଇନଥିଲା। କେବଳ ସେତିକି ନୁହେଁ ବରଂ ଗୋବିନ୍ଦଙ୍କ ଚିକିତ୍ସା ପାଇଁ କେହି ଡାକ୍ତର ଓ ନର୍ସ ବି ଆସିନଥିଲେ। ଫଳରେ ଶଯ୍ୟାରେ ଛଟପଟ ହୋଇ ସକାଳ ୯ଟାରେ ଗୋବିନ୍ଦଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe