ସ୍କୁଲପିଲାଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ; ଓଲଟିପଡ଼ିବାରୁ ଜଣେ ଛାତ୍ରୀ ମୃତ, ଉତ୍ତେଜନା ଜାରି

Advertisment
ସ୍କୁଲପିଲାଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ; ଓଲଟିପଡ଼ିବାରୁ ଜଣେ ଛାତ୍ରୀ ମୃତ, ଉତ୍ତେଜନା ଜାରି

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦାରୀ ଠାରେ ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ‌ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀର ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ହେଲା ହିମାନୀ ରାଉଳ। ଅନ୍ୟ ୨ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା‌ ଅନୁସାରେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ସ୍କୁଲ ଛୁଟି ହେଲା ପରେ ୬ରୁ ୭ଜଣ ପିଲାଙ୍କୁ ନେଇ ଅଟୋଟି ବାସୁଦେବପୁରରୁ ଧାମରା ଆଡ଼କୁ ଯାଉଥିଲା। ଯିବା ରାସ୍ତାରେ ଅଟୋଟି ମନ୍ଦରୀ ଠାରେ କୌଣସି କାରଣରୁ ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଇଥିଲା। ଶେଷରେ ‌ଅଟୋଟି ସେଠାରେ ଓଲଟିପଡ଼ିଥିଲା। ଫଳରେ ଅଟୋ ତଳେ ହିମାନୀ  ଚାପି ହୋଇଯାଇଥିବା ବେଳେ ଅନ୍ୟମାନେ ଛିଟିକ ପଡ଼ିଥିଲେ। ସମସ୍ତ ଆହତମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ହିମାନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

publive-image

ତେବେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଅଟୋରେ ଛାତ୍ରଛାତ୍ରୀମାନଙ୍କ ଅସୁରକ୍ଷିତ ଯାତ୍ରା ପାଇଁ ଆଜି ଦୁର୍ଘଟଣା ଘଟିଛି ବୋଲି ଉତ୍ତେଜିତ ଲୋକେ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ବାସୁଦେବ ଅଞ୍ଚଳରେ ଏଭଳି ଦୁର୍ଘଟଣା ଘଟିଥିବା ନଜିର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe