ଅଟୋ ଓଲଟି ଜଣେ ମୃତ, ୨ ଗୁରୁତର

Advertisment
ଅଟୋ ଓଲଟି ଜଣେ ମୃତ, ୨ ଗୁରୁତର

IndiaMART

କୋକସରା: କୋକସରା ବ୍ଲକ୍‌ ଧୋବେନପଡ଼ାରୁ ଜୟପାଟଣା ବ୍ଲକ୍‌ ଧନଶୁଲି ଗାଁକୁ ଯାଉଥିବା ଏକ ଅଟୋ ସୋମବାର କୋକସରା ବ୍ଲକ କାଉଡୋଳା-ଲଡୁଗାଁ ରାସ୍ତାର କୁସୁମଖୁଣ୍ଟି ବୁଲାଣିଠାରେ ଓଲଟି ପଡ଼ିଥିଲା। ଫ‌ଳରେ ଅଟୋରେ ଥିବା କିଛି ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ କିଛି ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ସଂପର୍କରେ କିଛି ଯୁବକ ପୁଲିସ ଓ ଦମକଳ କର୍ମଚାରୀଙ୍କୁ ଖବର ଦେଇଥିଲେ।

ଗୁରୁତର ଅବସ୍ଥାରେ କୋକସରା ବ୍ଲକ୍ ଧୋବେନପଡା ଓ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଗ୍ରାମର ଶତ୍ରୁଘନ ପାଳପୁରିଆ (୭୫), ଅନିରୁଦ୍ଧ ପାଳପୁରିଆ (୭୦) ଓ ସୋମନାଥ ନାଏକ (୪୫)ଙ୍କୁ ଚିକିତ୍ସା ପାଇଁ ଅନ୍ୟ ଏକ ଅଟୋରେ କୋକସରା ଡାକ୍ତରଖାନା ନିଆଯାଇଥିଲା। ଶତ୍ରୁଘ୍ନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe