ଅଟୋକୁ ଧକ୍କା ଦେଇ ଟ୍ୟାଙ୍କର ଫେରାର, ଜଣେ ମୃତ, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

Advertisment
ଅଟୋକୁ ଧକ୍କା ଦେଇ ଟ୍ୟାଙ୍କର ଫେରାର, ଜଣେ ମୃତ, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ବୌଦ୍ଧ: ଶନିବାର ସକାଳେ ବୌଦ୍ଧ ବାଇପାସର ଜଗଦୀଶପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ୟାଙ୍କର ଧକ୍କାରେ ଅଟୋରେ ବସିଥିବା ଜଣେ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନ ଥିବାରୁ ପୁଲିସ ଶବକୁ ଶବାଗାରରେ ରଖି ପରିଚୟ ଖୋଜୁଛି। ସୂଚନା ଅନୁସାରେ, ଅଟୋଟି ବୌଦ୍ଧ ସହରରୁ ଫଳ ନେଇ ବୁଟୁପାଲି ଦେଇ ବଘିଆପଡ଼ା ଯାଉଥିଲା। ଏରାଡ଼ା ଗାଁକୁ ଯିବା ପାଇଁ ଯାତ୍ରୀ ଜଣକ ଚାଳକଙ୍କ ବାମପଟେ ବସିଥିଲେ।

ଜଗଦୀଶପୁର ଛକରେ ୫୭ ନଂ ଜାତୀୟ ରାଜପଥ ଅତିକ୍ରମ କରିବା ବେଳେ ଭୁବନେଶ୍ବର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ତେଲ ଟ୍ୟାଙ୍କର ଧକ୍କା ଦେଇ ଫେରାର ହୋଇଯାଇଥିଲା। ଅଟୋରେ ବସିଥିବା ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ରହିଥିବା ଜଣାଯାଇଛି।  ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାଜପଥ ଅବରୋଧ କରିଥିଲେ। ବୌଦ୍ଧ ଥାନା ଆଇଆଇସି ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଛକର ଚାରିଟି ରାସ୍ତାରେ ରମ୍ବଲ୍‌ସ୍‌ ଦେବା ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗୋଲେଇ ଛକ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଶାନ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe