ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ପୁଣି ଥରେ ଓଡ଼ିଶାକୁ କେନ୍ଦ୍ର ପୁରସ୍କାର

୨୦୧୬-୧୭ ପାଇଁ ଓଡ଼ିଶାକୁ ମିଳିବ ପ୍ରଶଂସା ପତ୍ର

ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ପୁଣି ଥରେ ଓଡ଼ିଶାକୁ କେନ୍ଦ୍ର ପୁରସ୍କାର

thehansindia.com

୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ କୃଷି ମନ୍ତ୍ରୀ
ପ୍ରଶଂସା ପତ୍ର ସହ ୧ କୋଟି ଟଙ୍କାର ଅର୍ଥ ରାଶି
ଆଜି କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ବେଙ୍ଗାଲୁରୁ ଗସ୍ତ

ଭୁବନେଶ୍ବର : କୃଷି କର୍ମଣ ପୁରସ୍କାର ପରି ଖାଦ୍ୟଶସ୍ୟ ଉତ୍ପାଦନରେ ପୁଣି ଥରେ କେନ୍ଦ୍ର ସରକାର ଓଡ଼ିଶାକୁ ପୁରସ୍କୃତ କରିବେ। ଆସନ୍ତା ୨ ତାରିଖରେ ବେଙ୍ଗାଲୁରୁର ଟୁମ୍‌କର୍‌ରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବେ। ୨୦୧୬-୧୭ ବର୍ଷ ପାଇଁ ଓଡ଼ିଶା ଅନ୍ୟରାଜ୍ୟ ତୁଳନାରେ ଖାଦ୍ୟଶସ୍ୟ ଉତ୍ପାଦନରେ ଉଲ୍ଲେଖନୀୟ ସଫଳତା ପାଇଥିବାରୁ କେନ୍ଦ୍ର ସରକାର ଏହି ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୁରସ୍କାର ସହିତ ପ୍ରଧାନମନ୍ତ୍ରୀ ୧ କୋଟି ଟଙ୍କାର ଅର୍ଥ ରାଶି ଓଡ଼ିଶାକୁ ପ୍ରଦାନ କରିବେ। ଏଥିପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତାକାଲି କୃଷି ମନ୍ତ୍ରୀ ଶ୍ରୀ ସାହୁ ବେଙ୍ଗାଲୁରୁ ଗସ୍ତ କରିବେ।

ଦେଶରେ ସାମଗ୍ରିକ କୃଷି ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ଦ୍ବିତୀୟ ଶ୍ରେଣୀ ରାଜ୍ୟ ଭାବେ ଚୟନ କରିଛନ୍ତି। ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଣଠୁଁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ ଆବଶ୍ୟକ ଭିତ୍ତିଭୂମି ଯୋଗାଇବାରେ ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ଏହି ପୁରସ୍କାର ପ୍ରଦାନ କରୁଥିବା ଜଣାପଡ଼ିଛି। ଆସନ୍ତାକାଲି କୃଷି ମନ୍ତ୍ରୀଙ୍କ ସମେତ କୃଷି ଉତ୍ପାଦନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓ କୃଷି ନିର୍ଦ୍ଦେଶକ ଏମ୍. ମୁଥୁକୁମାର ବେଙ୍ଗାଲୁରୁ ଗସ୍ତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe