କେଏମ୍‌ବିବିରେ ଗାଜର ଘାସର ଭୟାବହତା ଉପରେ ସଚେତନତା ଶିବିର

କେଏମ୍‌ବିବିରେ ଗାଜର ଘାସର ଭୟାବହତା ଉପରେ ସଚେତନତା ଶିବିର

ଭୁବନେଶ୍ବର : କେଏମ୍‌ବିବି କ୍ୟାମ୍ପସ-୨ରେ ଗାଜର ଘାସର ଭୟାବହତା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ବରିଷ୍ଠ ବୈଜ୍ଞାନିକ ରବିରତ୍ନ ଦାଶ ମୁଖ୍ୟବକ୍ତା ଭା‌ବେ ଯୋଗଦେଇ ବିଦେଶରୁ ଆସିଥିବା ଗାଜର ଘାସର ଅପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଗାଜର ଘାଷ ଭାବେ ପରିଚିତ ପାର୍ଥେନିୟମ ଏକ ଅନାବନା ଗଛ। ମାତ୍ର ଏଥିରୁ ନିର୍ଗତ ବିଷ ଅନ୍ୟ ଆବଶ୍ୟକୀୟ ବୃକ୍ଷଗୁଡ଼ିକର ବିନାଶ କରୁଛି। ଏହି ଗଛର ଫୁଲ ଓ ମଞ୍ଜି କ୍ଷତିକାରକ। ଏହା କେବଳ ଉଦ୍ଭିଦ ପାଇଁ ନୁହେଁ ବରଂ ମଣିଷ, ଗାଈଗୋରୁ, ଜୀବଜନ୍ତୁଙ୍କର କ୍ଷତି କରୁଛି। ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ସୃଷ୍ଟି କରୁଛି। ବଣଚାକୁଣ୍ଡା, ରଙ୍ଗଣୀ, ବଜ୍ରମୂଳି ଆଦି ବୃକ୍ଷଗୁଡ଼ିକର ରୋପଣ କିମ୍ବା ଅନ୍ୟାନ୍ୟ ଉପାୟ ପ୍ରୟୋଗରେ ଏହି ବିଷାକ୍ତ ବୃକ୍ଷର ବଂଶନାଶ କରିପାରିବା ବୋଲି ସେ ମତପ୍ରକାଶ କରିଥିଲେ।

କେଏମ୍‌ବିବି ଅଧ୍ୟକ୍ଷ ବିଜୁନି ଚରଣ ସୂତାର କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ। ପଦାର୍ଥ ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ସାହୁ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ରୋମାଲି ସୋନମ୍‌ ସମର୍ପିତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ମିନତୀପ୍ରଭା ସାହୁ ଧନ୍ୟବାଦ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe