ବିଫଳତା ଲୁଚାଇବାକୁ ବିଜେଡିର କୋଭିଡ୍‌ ସଚେତନତା ଅଭିଯାନ ଏକ ନାଟକ : ବିରୋଧୀ

Advertisment
ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ନେଇ ତାରାଙ୍କ ଉଦ୍‌ବେଗ

Molitics

ଭୁବନେଶ୍ବର : ବିଜେଡିର କୋଭିଡ୍‌ ସଚେତନତା ଅଭିଯାନକୁ ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେପି। ବିଫଳତା ଲୁଚାଇବାକୁ ଏମିତି ସଚେତନତା ନାଟକ କରାଯାଉଛି ବୋଲି ଉଭୟ ଦଳ କହିଛନ୍ତି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, କୋଭିଡ୍‌ରେ ସରକାର କୋଟି କୋଟି ଟଙ୍କା ଆତ୍ମସାତ୍ କରିଛନ୍ତି। ଲୋକ ଯେପରି ମରିଛନ୍ତି, ସେମାନଙ୍କ କଥା କେହି ବିଶ୍ବାସ କରିବେନି। ଆର୍‌ଟିଆଇରେ ତଥ୍ୟ ଦିଆଯାଉନି। ବିଧାନସଭାରେ କହୁଛନ୍ତି ତଥ୍ୟ ସଂଗ୍ରହ ଚାଲିଛି। କୋଭିଡ୍‌ ଦୁର୍ନୀତି ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ ଓ ଦସ୍ତଖତ ଅଭିଯାନ କରିବ। ଶ୍ରୀ ବାହିନୀପତି କଟାକ୍ଷ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତ କାଚ ଘରୁ ବାହାରୁ ନାହାନ୍ତି। ହିଞ୍ଜିଳିକାଟୁରେ କିଏ ପଦଯାତ୍ରା କରାଇବ?

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କୋଭିଡ୍‌ ପରିଚାଳନା‌ରେ ବିଫଳତା ‌ଘୋଡ଼ାଇବାକୁ ବିଜେଡି ପ୍ରୟ‌ାସ କରୁଛି। ଏହା ଜାତିର ଜନକଙ୍କ ପ୍ରତି ଅପମାନ। ରାଜ୍ୟରେ କୋଭିଡ୍‌ ପରିଚାଳନା ଆଦୌ ଠିକ୍ ହୋଇନି। ସେଥି ପାଇଁ ମୃତ୍ୟୁ ଓ ସଂକ୍ରମଣ ହାର ବଢ଼ୁଛି। କେନ୍ଦ୍ର ସରକାର ଭେଣ୍ଟିଲେଟର୍‌ ଦେଲେ। ମାତ୍ର ରୋଗୀ ଭେଣ୍ଟିଲେଟର୍‌ ପାଇଁ ଧାଡ଼ିରେ ଠିଆ ହେଉଛନ୍ତି। କରୋନା ପାଇଁ ରାଜ୍ୟରେ ଏବେ ସଙ୍ଗୀନ୍ ସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe