ଭବାନୀପାଟଣା : ଅଲ ଓଡ଼ିଶା ସିଡ୍ୟୁଲ୍ଡ୍ କାଷ୍ଟ ଫେଡେରେସନର ସଚେତନତା କାର୍ଯ୍ୟକ୍ରମ

ସିଡ୍ୟୁଲ

ଭବାନୀପାଟଣା : ଅଲ ଓଡ଼ିଶା  ସିଡ୍ୟୁଲ୍ଡ୍ କାଷ୍ଟ ଫେଡେରେସନର ସଚେତନତା କାର୍ଯ୍ୟକ୍ରମ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତର ବଲଙ୍ଗି ଠାରେ ଅଲ୍ ଓଡିଶା  ସିଡ୍ୟୁଲ୍ଡ୍ କାଷ୍ଟ ଫେଡେରେସନ୍ ଓ ଡମ ଜାତି ବିକାଶ ପରିଷଦର ସମାଜିକ ସଚେତନତା ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ସାମ୍ବିଧାନିକ ଅଧିକାର ଓ ସୁରକ୍ଷା ସମ୍ବନ୍ଧରେ ବିଶଦ ଆଲୋଚନା କରି ଅନୁସୂଚିତ ଜାତି ସମାଜର ସାମାଜିକ, ଆର୍ଥକ ଓ ରାଜନୈତିକ ନ୍ୟାୟ ହାସଲ ନିମନ୍ତେ ଦୃଢଭାବେ କାର୍ଯ୍ୟକରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସମାଜର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଆବଶ୍ୟକ ସହଯୋଗ କରି ଓ ସମାଜକୁ ସଚେତନ କରି ଏକ ଆଦର୍ଶ ଓ ବିଜ୍ଞ ସମାଜ ଗଠନ ନିମନ୍ତେ ଉପସ୍ଥିତ ବକ୍ତାମାନେ ମତ ପୋଷଣ କରିଥିଲେ ।

ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ସମୟରେ ଏହି ସମାଜର ଲୋକମାନଙ୍କୁ ପାତର ଅନ୍ତରର ଶିକାର ହେବାକୁ ପଡୁଛି । ଅନେକ ସମୟରେ ଆଇନ୍ କ୍ଷେତ୍ରରେ ମଧ୍ୟ ଅବହେଳାର ଶିକାର ହୋଇ ନ୍ୟାୟ ପାଇବାରେ ବଞ୍ଚିତ ହେଉଥିବା ଦେଖିବାକୁ ମିଲୁଛି । ତେଣୁ ସମାଜକୁ ସବୁପ୍ରକାର ସମସ୍ୟା ଓ ଦୁଃଖରୁ ବଞ୍ଚାଇବା ପାଇଁ ଅଲ୍ ଓଡିଶା ସିଡୁଲ କାଷ୍ଟ ଫେଡେରେସନ୍ ବଦ୍ଧ ପରିକର ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ନିକଟ ଅତିତରେ ସରକାର ଘୋଷଣା କରିଥିବା ପୋଷ୍ଟ ମାଟ୍ରିକ ସ୍କୋଲାରସିପ୍ କାଟ ନିଷ୍ପତ୍ତିକୁ ଦୃଢ ଭାବେ ବକ୍ତାମାନେ ନିନ୍ଦା କରିଥିଲେ ଓ ଏ ସଂକ୍ରାନ୍ତରେ ତୁରନ୍ତ ସରକାରଙ୍କଠାରେ ଦାବୀ କରାଯିବ ବୋଲି ମତପ୍ରକାଶ ପାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରୁ ଆଇନ୍ ଜୀବି ଦିଗାମ୍ବର ଦୂରୀଆ, ଛବିଲାଲା ନିଆଲ, ବିଶ୍ୱନାଥ କର ଓ ସମାଜ ସେବି ଜତିନ୍ଦ୍ର କର, ଧନଞ୍ଜୟ ଦୀପ, ଗିରିଜା ବେହେରା, ବିଭିଷଣ ନାଏକ, ଅଭିଜିତ କର, ଯୁଗେଶ୍ୱର ସାଗର, ଗୋବର୍ଦ୍ଧନ ବାଗ, ବସନ୍ତ ନାଏକ, ପ୍ରଦୀପ ନାଏକ, ତେଜରାଜ ବେହେରା, ସତୃଘ୍ନ ବାଗ, ବଲରାମ ଦୂର୍ଗା, ରତ୍ନାକର ବେମାଲ, ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଲ୍ ଓଡିଶା ସିଡୁଲ କାଷ୍ଟ ଫେଡେରେସନ୍‌ର ଥୁଆମୂଳ ରାମପୁର ବ୍ଲକ ନିମନ୍ତେ ଅସ୍ଥୟୀ କମିଟି ଗଠନ କରାଯାଇଥିଲା ଓ ପରମାନନ୍ଦ ନାଏକଙ୍କୁ ସଭାପତି ଓ ମାଣିକ୍ୟ ନାଏକଙ୍କୁ ସମ୍ପାଦକ ଦାୟିତ୍ତ୍ୱ ଦିଆଯାଇଥିଲା । ମୁରଲିଧର ନାଏକ, ମନୋରଞ୍ଜନ ନାଏକ, ଜଲନ୍ଧର ନାଏକ, କୃଷ୍ଣଚନ୍ଦ୍ର ନାଏକ, ରାମେଶ୍ୱର ନାଏକ, ଲମ୍ବୋଦର ନାଏକ, ଭଜମନ ନାଏକ ଓ ଦୁର୍ଯ୍ୟୋଧନ ଛତ୍ରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe