ଓଡିଶାରେ ମଙ୍କିପକ୍ସ ନେଇ ଜିଲ୍ଲାସ୍ତରରେ ସଚେତନତା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି: ନବ ଦାସ

Advertisment
ଓଡିଶାରେ ମଙ୍କିପକ୍ସ ନେଇ ଜିଲ୍ଲାସ୍ତରରେ ସଚେତନତା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି: ନବ ଦାସ

ଭୁବନେଶ୍ବର: ଦେଶର ବିଭିନ୍ନ ସ୍ଥାନରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶା ସରକାର ଏନେଇ ସତର୍କ ଅଛନ୍ତି। ମଙ୍କିଫକ୍ସକୁ ନେଇ ଆଜି ଉଚ୍ଚ ସ୍ତରୀୟ ବୈଠକ ହୋଇଛି। ମଙ୍କିପକ୍ସ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଓଡିଶାରେ ମଙ୍କିପକ୍ସ ଟେଷ୍ଟ ପାଇଁ କେନ୍ଦ୍ରକୁ କୁହାଯିବ। ଜିଲ୍ଲା ସ୍ତରରେ ସଚେତନତା କରିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଦେଶ ଫେରନ୍ତାଙ୍କ ତାଲିକା କେନ୍ଦ୍ରକୁ ମଗାଯାଇଛି।

ସୂଚନାଯୋଗ୍ୟ, ଭାରତରେ ପ୍ରଥମ ଥର ପାଇଁ ଗତ ୧୫ ତାରିଖରେ ଜଣେ ବ୍ୟକ୍ତି ମଙ୍କିପକ୍ସ ଆକ୍ରାନ୍ତ ଥିବା ଜଣା ପଡ଼ିଥିଲେ। କେରଳରେ ଚିହ୍ନଟ ‌ହୋଇଥିବା ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଏବେ ସୁସ୍ଥ ହୋଇସାରିଛନ୍ତି। ସେ ତିରୁଅନନ୍ତପୁରମର ସରକାରୀ ମେଡିକାଲ୍‌ କଲେଜ୍‌‌ରେ ଚିକିତ୍ସିତ ହେଉଥିଲେ। କେରଳର କୋଲାମ ଜିଲ୍ଲାର ୩୫ ବର୍ଷୀୟ ଏହି ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଓ ସେ ଖୁବ୍‌ ଶୀଘ୍ର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବ‌େ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ଯେହେତୁ ଏହା ଦେଶର ପ୍ରଥମ ମଙ୍କିପକ୍ସ ମାମଲା, ସୁରକ୍ଷା ଦୃଷ୍ଟିରୁ ୭୨ ଘଣ୍ଟା ବ୍ୟବଧାନରେ ୨ ଥର ପରୀକ୍ଷା କରାଯାଇଛି ଓ ରିପୋର୍ଟ ନେଗେଟିଭ୍‌ ଆସିଛି। ବ୍ୟକ୍ତି ଜଣକ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅଛନ୍ତି ଓ ତାଙ୍କ ଶରୀରରେ ମଙ୍କିପକ୍ସର କୌଣସି ପ୍ରକାରର ଚିହ୍ନ ମଧ୍ୟ ନାହିଁ। ଦେଶରେ ଏହାରି ମଧ୍ୟରେ କେରଳ ଓ ଦିଲ୍ଲୀରେ ୪ ଜଣ ବ୍ୟକ୍ତି ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe