ଆଦିବାସୀ ବହୁଳ ଜିଲ୍ଲାରେ ସୁଦୃଢ଼ ହେବ ସଚେତନତା କାର୍ଯ୍ୟକ୍ରମ: ମେଗାଫୋନ୍, ଜ୍ୟୁକ୍ ବକ୍ସ ଓ ପିକୋ ପ୍ରୋଜେକ୍ଟର ଯୋଗାଇଲା ୟୁନିସେଫ୍‌

Advertisment
ଆଦିବାସୀ ବହୁଳ ଜିଲ୍ଲାରେ ସୁଦୃଢ଼ ହେବ ସଚେତନତା କାର୍ଯ୍ୟକ୍ରମ: ମେଗାଫୋନ୍, ଜ୍ୟୁକ୍ ବକ୍ସ ଓ ପିକୋ ପ୍ରୋଜେକ୍ଟର ଯୋଗାଇଲା ୟୁନିସେଫ୍‌

Down To Earth

ଭୁବନେଶ୍ବର : ଏଣିକି ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ସୁଦୃଢ଼ ହେବ। କୋଭିଡ ସଚେତନତା, ଟିକାକରଣ ଓ ଶିଶୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ପାଇଁ ୟୁନିସେଫ୍ ପକ୍ଷରୁ ମେଗାଫୋନ୍, ଜ୍ୟୁକ୍ ବକ୍ସ ଓ ପିକୋ ପ୍ରୋଜେକ୍ଟର ଯୋଗାଇ ଦିଆଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ(ଏସ୍‌ଆଇଏଚ୍‌ଏଫଡବ୍ଲୁ) ଓ ଭାରତୀୟ ଆଦିବାସୀ ସମବାୟ ମାର୍କେଟିଂ ବିକାଶ ଫେଡେରେସନ୍ ବା ଟ୍ରାଇଫେଡ୍‌ ମିଳିତଭାବେ ଏସବୁ ଯନ୍ତ୍ରପାତିର ୩ଟି ଲେଖାଏ ସେଟ୍‌ ପାଇଛନ୍ତି।

ଗଣ ଯୋଗାଯୋଗ ପାଇଁ ମେଗାଫୋନ୍‌ ଏକ ଜରୁରୀ ଯନ୍ତ୍ର। ଏହାକୁ ହାତରେ ନେବା ସହଜ ହୋଇଥାଏ। ସେହିପରି ଜ୍ୟୁକ୍ ବକ୍ସ ଜରିଆରେ ପୂର୍ବରୁ ରେକର୍ଡିଂ ହୋଇଥିବା ବାର୍ତା ବାଜିପାରିବ। ପିକୋ ପ୍ରୋଜେକ୍ଟର ଜରିଆରେ କ୍ଷୁଦ୍ର ପ୍ରମାଣିକ ଚଳଚ୍ଚିତ୍ରର ସ୍କ୍ରିନଂ ହୋଇପାରିବ। ତେଣୁ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ମା’ ଓ ବାଳିକମାନଙ୍କ ଉଦ୍ଦେଶ୍ୟରେ ହେଉଥିବା ସଚେତନତା କାର୍ଯ୍ୟକ୍ରମରେ ଆଶା, ଅଙ୍ଗନବାଡ଼ି କର୍ମୀ ଓ ଏଏନ୍‌ଏମ୍‌ମାନେ ଏହାକୁ ବ୍ୟବହାର କରିପାରିବେ।

ୟୁନିସେଫ୍‌ ଓଡ଼ିଶାର ଭାରପ୍ରାପ୍ତ ଅଧିକାରୀ ସୌରଭ ଭଟ୍ଟାଚାର୍ଯ୍ୟ ଓ ଟ୍ରାଇଫେଡ୍‌ର ଆଞ୍ଚଳିକ ନିର୍ଦେଶକ ରାହୁଲ କୁମାର କହିଛନ୍ତି ଯେ ଠିକ୍ ଓ ବିସ୍ତୃତ ସୂଚନା ଜରିଆରେ ଜନାଜାତି ସଂପ୍ରଦାୟର ଲୋକମାନଙ୍କୁ କୋଭିଡ ସଂପର୍କରେ ସଚେତନ କରାଯାଇ ପାରିବ। ବିଶେଷକରି ହାଟ କିମ୍ବା ସେମାନଙ୍କର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ନିୟମିତଭାବେ ସଚେତନତା ଦିଗରେ ମେଗାଫୋନ୍, ଜ୍ୟୁକ୍ ବକ୍ସ ଓ ପିକୋ ପ୍ରୋଜେକ୍ଟର ବେଶ୍‌ ସହାୟକ ହେବ। ୟୁନିସେଫ୍‌ ଦ୍ବାରା ସରକାରଙ୍କ ପକ୍ଷରୁ ଚାଲୁଥିବା କୋଭିଡ ଟିକାକରଣ ସଂପର୍କିତ ଦୃଶ୍ୟ-ଶ୍ରାବ୍ୟ ସାମଗ୍ରୀ ଲୋକଙ୍କୁ ସଚେତନ କରିବାରେ ସଫଳ ହୋଇପାରିଛି। ୟୁଏସ୍‌ଏଡ୍‌ ସହାୟତାରେ ୬ଶହ ମେଗାଫୋନ୍, ୬୦ ପିକୋ ପ୍ରୋଜେକ୍ଟର ଓ ୧୫୦ ଜ୍ୟୁକ୍ ବକ୍ସ ପ୍ରଦାନ କରାଯାଇଛି। ଆଦିବାସୀ ଜିଲ୍ଲାଗୁଡ଼ିକରେ କାର୍ଯ୍ୟ କରୁଥିବା ସଂସ୍ଥାମାନେ ମଧ୍ୟ ସଚେତନତା ପାଇଁ ଏସବୁ ଯନ୍ତ୍ରପାତି ପାଇପାରିବେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe