ଘୁ ଉଦୟଗିରି: ସ୍ଥାନୀୟ ଆଦର୍ଶ ଥାନା ପରିସରରେ ଭାରତୀୟ ନୂତନ ଆଇନ ପ୍ରଣୟନ ବିଷୟରେ ଏକ ସଚେତନତା ସଭା ଥାନା ଭାରପ୍ରପ୍ତ ଅଧିକାରୀ ବିଜୟ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଥାନା ଏସ୍ଆଇ ଅନନ୍ତ କୁମାର୍ ପ୍ରଧାନ  ସ୍ବାଗତ କରିଥିବା ବେଳେ ଥାନା ଅଧିକାରୀ ଗତ ବର୍ଷ ୧.୭.୨୦୨୪ ରେ ଭାରତରେ ଲାଗୁ ହୋଇଥିବା ନୂତନ ଆଇନ ଧାରା ବିଷୟରେ ଆଲୋଚନା କରିଥିଲେ ।

Advertisment

ପୂର୍ବରୁ ଥିବା ଆଇପିସି ଯାହା  ଏବେ ବିଏନ୍ଏସ ହେଲା( ଭାରତୀୟ ନ୍ୟାୟ ସଂହିତା) ଓ ସି ଆର୍ ପି ସି  ଥିଲା ତାହା ବିଏନଏସଏସ (ଭାରତୀୟ ନାଗରିକ ସୁରକ୍ଷା ସଂହିତା)ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ହୋଇଥିବା ବେଳେ ନୂତନ ଆଇନର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ।ବିଶେଷ କରି ବର୍ତମାନ ସାରା ଦେଶରେ ସାଇବର ଠକେଇ କୁ ନେଇ ଚିନ୍ତା ବଢିଥିବା ବେଳେ ଏନେଇ ସଚେତନ ହେବା ସହ ସୋସିଆଲ ମିଡ଼ିଆ ମାଧ୍ୟମରେ ଠକେଇ ଓ ଏହା କିପରି ସୁରକ୍ଷିତ ବ୍ୟବହାର କରି ପାରିବା,ମୋବାଇଲ କିମ୍ବା ଲାପଟପ୍ ମଧ୍ୟରେ କୌଣସି ସୋସିଆଲ ମିଡ଼ିଆ କିମ୍ବା ବ୍ୟାଙ୍କିଙ୍ଗ ସୁରକ୍ଷିତ ଅନଲାଇନ ବ୍ୟବହାର, ଅନଲାଇନ ସପିଙ୍ଗ, କମ୍ପାନୀ ଡମିନ ବ୍ୟବହାର, ଏବଂ ଫ୍ରି ବ୍ୟବହାର କିମ୍ବା ପ୍ରଦାନ ଉପରେ ଗୁରୁତ୍ବ ଦେବା ସହିତ ବ୍ୟବହାର ନ କରିବା ବିଷୟରେ ତଥ୍ୟ ରଖିଥିଲେ ।

ଏହି ସମସ୍ତ ବିଷୟ ଆଲୋଚନା କରି କୌଣସି ଅସୁବିଧା କିମ୍ବା ଅଭିଯୋଗ ପାଇଁ ଥାନାରେ ଲିଖିତ ଅଭିଯୋଗ କଲେ ଘଟଣା ସମ୍ପର୍କିତ ସତ୍ୟ ବିଷୟ ଆଧାର କରି ଅଭିଯୋଗ କରିବା ପାଇଁ କହିଥିଲେ । ସେହିପରି କୌଣସି କେସ ଥାନାରେ ଦାଏର ହେଲା ପରେ ସେହି କେସ ଆଧାରିତ କୌଣସି ବ୍ୟକ୍ତିଙ୍କୁ ଦୋଷୀ କୁହାଯିବ ନାହିଁ ଯେ, ପର୍ଯ୍ୟନ୍ତ ମାନ୍ୟବର କୋର୍ଟ ଦୋଷୀ ସାବ୍ୟସ୍ତ କରି ନାହାନ୍ତି । 

ଅଧିକ ପଢ଼ନ୍ତୁ: ଜରୁରୀକାଳୀନ ସମୟରେ ସେବା ଯୋଗାଉଥିବା କର୍ମଚାରୀଙ୍କୁ ଅଣଦେଖା: ବିନା ଲାଇନମ୍ୟାନ୍‌ରେ ଲାଇନମ୍ୟାନ୍‌ ଦିବସ ପାଳିତ

ତେବେ ଦଣ୍ଡବିଧାନ ମଧ୍ୟ ନୂତନ ନିୟମରେ ଅଧିକ କଠୋର କରାଯାଇଥିବା ବେଳେ କୌଣସି କେସ ଲଢ଼ିବା ପାଇଁ ହେଲେ ପ୍ରଥମେ ସରକାରୀ ଓକିଲଙ୍କୁ ପ୍ରାଧାନ୍ୟ ଦେବା ଓ ପରେ ବେସରକାରୀ ଓକିଲଙ୍କୁ ସୁଯୋଗ ଦେବାକୁ କହିଥିଲେ। 

କାର୍ଯ୍ୟକ୍ରମରେ ଏସଆଇ ରଞ୍ଜିତା ବେହେରା ପୋକ୍ସ ଆଇନ ବିଷୟରେ ନିଜ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଏସଆଇ କାମରାଜୁ ରେଡ୍ଡୀ, ବୁଲୁ ବେହେରା, ବଣ୍ଟି ଦଣ୍ଡିଆ,ରବୀନ୍ଦ୍ର ସେଠୀ, ସମେତ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରୁ ପରିଷଦ କାଉନସିଲର,ସରପଞ୍ଚ,ସାମ୍ବାଦିକ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ଅଧିକ ପଢ଼ନ୍ତୁ: ଗୁଗୁଲ ମ୍ୟାପ ହେଲା କାଳ; ୩୦ଫୁଟ ଗଭୀର ଡ୍ରେନରେ ପଡ଼ି ଷ୍ଟେସନ ମାଷ୍ଟରଙ୍କ ମୃତ୍ୟୁ