୨୮ରେ ବାମରା ବନ୍ଦ ପାଇଁ ସଚେତନତା ରାଲି

Advertisment
୨୮ରେ ବାମରା ବନ୍ଦ ପାଇଁ ସଚେତନତା ରାଲି

Twitter

ବାମରା: ଆସନ୍ତା ୨୮ ତାରିଖ ଦିନ ହେବାକୁ ଥିବା ‘ବାମରା ବନ୍ଦ’ ପରିପ୍ରେକ୍ଷୀରେ ବୁଧବାର ଏକ ସଚେତନତା ବାଇକ ରାଲି ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବାଘପଡ଼ା ଘାଟି ସ୍ଥିତ ମା’ କାଳୀଙ୍କ ମନ୍ଦିରରୁ ଏହି ରାଲି ବାହାର କରାଯାଇଥିଲା। ମୁକ୍ତିଧାମ ନିର୍ମାଣ କମିଟି ଆହ୍ୱାନ କ୍ରମେ ବାମରା ମର୍ଚ୍ଚାଣ୍ଟ ଆସୋସିଏସନ, ବାମରା ନାଗରିକ କମିଟି, ରେଳ କ୍ରିୟାନୁଷ୍ଠାନ କମିଟି ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଏଥିରେ ସାମିଲ ହୋଇ ପଞ୍ଚାୟତର ସମସ୍ତ ରାଜସ୍ୱ ଗାଁ’ ପରିକ୍ରମା କରି ଲୋକଙ୍କୁ ବନ୍ଦ ସଂପର୍କରେ ସଚେତନ କରିଥିଲେ।

ଶ୍ମଶାନ ଘାଟ ଭାଙ୍ଗିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ବିକ୍ରି ହୋଇଥିବା ଜମିର ପଟ୍ଟା ଖାରଜ କରିବା, ମୁକ୍ତିଧାମ ପାଇଁ ଜମି ଆବଣ୍ଟନ ତଥା ସେଡ ତିଆରି କରିବା, ଝାରସୁଗୁଡ଼ା ଆର୍‌ପିଏଫ୍‌ ଇନ୍ସପେକ୍ଟର ରାକେଶ ମୋହନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ବାମରାରେ କ୍ୟାମ୍ପ ଦ୍ୱାରା ସମନ ପ୍ରକ୍ରିୟା ସମ୍ପୂର୍ଣ କରିବା, ଓଭରବ୍ରିଜ୍‌ ଓ ଅଣ୍ଡର୍‌ପାସ ନିର୍ମାଣ ଆଦି ଦାବି ନେଇ ବନ୍ଦ ଡାକରା ଦିଆଯାଇଛି। ରାଲିରେ ଅନୁଭବ ଲାଠ, ସନ୍ତୋଷ ପାଣ୍ଡେ, ଅଜୟ ଚୌଧୁରୀ, ରୀତେଶ ଅଗ୍ରୱାଲ, ଟିନୁ ଶର୍ମା, ମହାବୀର ଅଗ୍ରୱାଲ, ଇନ୍ଦ୍ରଦେବ ଚୌଧୁରୀ, ପ୍ରଶାନ୍ତ ଶତପଥୀ, ଗୋପଳ ଅଗ୍ରୱାଲ, ଲକ୍ଷ୍ମୀଧର ସାହୁ, ନରେଶ ସିଂ ଠାକୁର, ରାମଲାଲ ଓଝା, ନାରାୟଣ କେଶରୱାନୀ, ବିନୟ ଅଗ୍ରୱାଲ, ବିଷ୍ଣୁ ଅଗ୍ରୱାଲ, ଜ୍ୟୋତି ଲାଠ ସହ ଅନ୍ୟମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe