Awareness will be created through television campaigns, vans to create a drug-free state: Minister Photograph: (sambad.in)
ଭୁବନେଶ୍ବର: ଅବକାରୀ ବିଭାଗ ପକ୍ଷରୁ ନିଶାମୁକ୍ତ ଅଭିଯାନ ଅନ୍ତର୍ଗତ ଏକ ପଦଯାତ୍ରା ଗୁରୁବାର ଜୁନ୍ ୨୬ରେ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ନିରୋଧୀ ଦିବସ ଅବସରରେ ଅନୁଷ୍ଠିତ ହୋଇଥିଲା। ପଦଯାତ୍ରାରେ ଅଧିକ ସଂଖ୍ୟକ ଯୁବ ପିଢ଼ି ସାମିଲ ହୋଇଥିଲେ । ଏହି ଦିବସରର ଶୀର୍ଷକ ଥିଲା, ଆମେ ସଂକଳ୍ପ ନେବା ନିଶା ନୁହେଁ ଜୀବନ ବାଛିବା।
ଅବକାରୀ ବିଭାଗ ପକ୍ଷରୁ ଏହି ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆମେ ସଂକଳ୍ପ ନେବା ନିଶା ନୁହେଁ ଜୀବନ ବାଛିବା ଆହ୍ବାନ ସହ ଅବକାରୀ ବିଭାଗ ନିଶା ମୁକ୍ତ ଅଭିଯାନର ମଙ୍ଗ ଧରିଛି । ରାଜ୍ୟରେ ଚୋରା ମଦ ବିକ୍ରି ହେଉ ଅବା ୧୮ ବର୍ଷରୁ କମ୍ ପିଲାଙ୍କୁ ମଦ କିଣିବା ଅବା ବିକିବା ଦଣ୍ଡନୀୟ ଅପରାଧ ।
ଏହି ସମସ୍ତ ଦିଗ ପ୍ରତି ବିଭାଗ ଯଥେଷ୍ଟ ଧ୍ୟାନ ଦେଉଥିବା ଦୃଢୋକ୍ତି ଦେବା ସହିତ ଆଗାମୀ ଦିନରେ ବିଭାଗ ପକ୍ଷରୁ ରାଜ୍ୟରେ ନିଶା ମୁକ୍ତ ରାଜ୍ୟ ଗଠନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏନେଇ ଆମେ ସଂକଳ୍ପ ନେବା ନିଶା ନୁହେଁ ଜୀବନ ବାଛିବା ସ୍ଲୋଗାନ ସହ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା।
ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଇସ୍କନ ରଥଯାତ୍ରା ପାଇଁ ଟ୍ରାଫିକ୍ କଟକଣା
ଅଧିକ ପଢ଼ନ୍ତୁ: ଅଳକାନନ୍ଦାରେ ଖସିପଡ଼ିଲା ବସ, ଜଣେ ମୃତ , ୧୦ ନିଖୋଜ
Prithiviraj Harichandan | nternational day against drug abuse
Follow Us