ବିଶ୍ବ ଶିଶୁ ଶ୍ରମିକ ନିରୋଧ ଦିବସ ନେଇ ସଚେତନତା ଶୋଭାଯାତ୍ରା

ବିଶ୍ବ ଶିଶୁ ଶ୍ରମିକ ନିରୋଧ ଦିବସ ନେଇ ସଚେତନତା ଶୋଭାଯାତ୍ରା

ମାଲକାନଗିରି: ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ମାଲକାନଗିରି ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ଆନୁକୁଲ୍ୟରେ ଆଜି ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ସୁବାଷ ବୋଷ ଛକ ଠାରୁ ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜନ ହୋଇଯାଇଛି। ଏହି ସଚେତନତା ଶୋଭାଯାତ୍ରାରେ ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରସନ୍ନ କୁମାର ପାଣିଗ୍ରାହୀ, ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା, ତନ୍ମୟ ମଣ୍ଡଳ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ସାମିଲ ହୋଇଥିଲେ।

ଶିଶୁମାନଙ୍କୁ ଶୋଷଣରୁ ରକ୍ଷା କରିବା, ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଏବଂ ସେମାନଙ୍କର ସାମଗ୍ରିକ ବିକାଶ ପାଇଁ ସୁଯୋଗ ସୃଷ୍ଟି କରି ଏହାକୁ ତ୍ୱରାନ୍ୱିତ କରିବା ଉପରେ ଏହି ସଚେତନତା ଶୋଭାଯାତ୍ରାରେ ବାର୍ତ୍ତା ଦିଆଯାଇଛି। ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ କୌଣସି ଶିଶୁ ଶ୍ରମିକଙ୍କୁ ନିୟୋଜିତ ନକରିବା ପାଇଁ ସ୍ଲୋଗାନ ଦେବା ସହ ଲିଫଲେଟ୍ ବଣ୍ଟନ କରାଯାଇଛି। ଏହି ଅବସରରେ ସଦର ମହକୁମାରର କିଛି ପ୍ରତିଷ୍ଠାନରେ 'ଆମେ ଶିଶୁ ଶ୍ରମିକ ନିଯୁକ୍ତ କରୁନାହୁଁ' ପୋଷ୍ଟର ଲଗାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ରାଧାରମଣ ପଣ୍ଡା, ଚିନ୍ମୟ ରାଉତରାୟ, ବିଜୟାନନ୍ଦ ପଣ୍ଡା, ରିକୁରଞ୍ଜନ ଅଧିକାରୀ, ସୋନାଲୀ ରୟଙ୍କ ସମେତ ପରିବର୍ତ୍ତନ ଏନଜିଓ, ଚାଇଲ୍ଡ ଲାଇନ ସଦସ୍ୟ, ପୁଲିସ କର୍ମଚାରୀ, ସରକାରୀ ଆଇଟିଆଇ ଓ ପୋଲିଟେକନିକ ଅନୁଷ୍ଠାନର ଛାତ୍ରଛାତ୍ରୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe