ଘୁ ଉଦୟଗିରି: ସ୍ଥାନୀୟ ବନାଞ୍ଚଳ କାର୍ଯ୍ୟଳୟ ପରିସରରେ ବନ ବିଭାଗ ଓଡ଼ିଶା ସରକାର, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶ କ୍ରମେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି। କାର୍ଯ୍ୟକ୍ରମ ଏସିଏଫ୍ ତଥା ସ୍ଥାନୀୟ ରେଞ୍ଜର କାଜଲ ନାୟକଙ୍କ ନେତୃତ୍ବରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ଘୁ ଉଦୟଗିରି ସହର ପରିକ୍ରମା କରାଯାଇଥିଲା ପରେ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।ଏହି ବୈଠକୁ ଫରେଷ୍ଟର ପ୍ରଶାନ୍ତ କୁମାର ସାହୁ ପରିଚଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆଗ୍ନିକ୍ ଅଧିକାରୀ ଶିବରାମ ବିଶ୍ଵାଳ, ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ଆଗ୍ନୀକ ସୀତାକାନ୍ତ ସ୍ୱାଇଁ, ସନ୍ତୋଷ କୁମାର ସେଠୀ, ସୁନୀଲ କୁମାର ଗୌଡ଼, ଭିଏସଏସଓ ସଭାପତି ଜ୍ଞାନ ରଞ୍ଜନ ପ୍ରଧାନ ଶିର୍କୀ ଓ ଫିରୋଜ ମଲ୍ଲିକ, ତଲାରିମହା ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଜଙ୍ଗଲକୁ ନିଆ ଦାଉରୁ କିପରି ରକ୍ଷା କରିବା ତା ସହିତ ଜଙ୍ଗଲ ମାନବ ସମାଜ ପ୍ରତି କେତେ ଉପକାର ହେଉଛି। ଆମେ ଜଙ୍ଗଲ ଦ୍ବାରା କେତେ ପରିମାଣରେ ଉପକୃତ ହେଉଛୁ। ସେ ସମସ୍ତ ବିଷୟ ଆଲୋଚନା କରିବା ସହିତ ଏହାକୁ କିପରି ସୁରକ୍ଷା କରିବା ଓ ଅନ୍ୟମାନଙ୍କୁ ମଧ୍ୟ ଜଙ୍ଗଲ ସୁରକ୍ଷା କରିବା ପାଇଁ ସଚେତନ କରିବା ବିଷୟରେ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମରେ ଫରେଷ୍ଟର ମନୋଜ କୁମାର ଝା, ରଶ୍ମିତା ବକ୍ସି ଓ ଫରେଷ୍ଟ ଗାର୍ଡ ମନୋଜ କୁମାର ମହାପାତ୍ର, ପ୍ରତାପ କୁମାର ବେହେରା, ନିଲେନ୍ଦ୍ରି ନାୟକ, ଝୁମୁରି କହଁର, ପାର୍ବତୀ ମାଝୀ, କସ୍ତୁରୀ କହଁର, ଓପିଏନ୍ଜି ଓ ସହକର୍ମୀ ଓ ବନ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଶୀର୍କି, ବତିଙ୍ଗିଆ ଅଞ୍ଚଳରୁ ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିଥିଲେ।
Follow Us