ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସଚେତନତା ରଥ ଗଡ଼ିଲା

Advertisment
ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସଚେତନତା ରଥ ଗଡ଼ିଲା
ରାଇରଙ୍ଗପୁର: ଓଡ଼ିଆ ସାହିତ୍ୟ ଓ ଭାଷା ଆନ୍ଦୋଳନ କ୍ଷେତ୍ରରେ ଆରମ୍ଭ ହେଲା ଓଡ଼ିଶାର କୋଣ ଅନୁକୋଣରେ ହେବ ପ୍ରଚାର ପ୍ରସାର ନିମନ୍ତେ ରାଇରଙ୍ଗପୁର ପୌରପରିଷଦ ପକ୍ଷରୁ ସଚେତନତା ରଥ ଗଡ଼ିଲା। ଓଡ଼ିଆ ଭାଷା ପାଇଁ ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ଏହି ଉପଲକ୍ଷେ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପରେ ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ପ୍ରଥମ ବିଶ୍ୱ ଓଡ଼ିଆ ସମ୍ମିଳନୀ ପାଳନ ସମାରୋହ ଅନୁଷ୍ଠିତ ହେବା ସହିତ ସଚେତନତା ରଥ ଗଡ଼ିଛି।
ଏଥିରେ ମୁଖ୍ୟ ଅତିଥିଭାବେ ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥିଭାବେ ଉପାଧ୍ୟକ୍ଷା ମମିତା ଚୌଧୁରୀ ଯୋଗଦେଇଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ସାହିତ୍ୟିକ ଓ ବୁଦ୍ଧିଜୀବୀଙ୍କୁ ସମ୍ମାନିତ କରାଯାଇ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା, ସେମାନେ ହେଲେ ଡ଼. ଦିଗମ୍ବର ଗିରି, ତିମିର ରଞ୍ଜନ ପଣ୍ଡା, ନେପାଳ ଚନ୍ଦ୍ର ସାହୁ, ରଞ୍ଜନ ନନ୍ଦ, ପ୍ରଦୀପ୍ତ କବି, ରବୀନ୍ଦ୍ର ପଟ୍ଟନାୟକ, ହରେନ୍ଦ୍ର ନାରାୟଣ ଦାସ, ରଜତ ଦଳେଇ, ପ୍ରଶାନ୍ତ ବାରିକ, ପ୍ରଶାନ୍ତ ପରୀକ୍ଷା ଓ ମନୋଜ ଦାସ। ଏହାଛଡା ଅନୁଷ୍ଠିତ ହୋଇଥିବା ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ତର୍କ ଓ ରଚନା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଆୟୁଷ୍ମାନ ନନ୍ଦ, ସ୍ପନ୍ଦନ ପଟ୍ଟନାୟକ, ସ୍ନେହାଶୃତି ବେହେରା, ଜଗନ୍ନାଥ ଟୁଡୁ, ପ୍ରଜ୍ଞା ପ୍ରିୟଦର୍ଶିନୀ ଟୁଡୁ, ସର୍ବଶ୍ରୀ. ବ୍ରହ୍ମାନନ୍ଦ ବେହେରା, ସଦଭାବ କବି, ମୋନାଲିସା ମହାପାତ୍ର, ପ୍ରମିଳା ମହାନ୍ତ, ଗାୟତ୍ରୀ ଜେନ ପ୍ରମୁଖଙ୍କୁ ସ୍ମୃତି ଫଳକ ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ନୀଳକଣ୍ଠ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଓଡିଆ ଅସ୍ମିତା ରଥ ପରିକ୍ରମା ଆରମ୍ଭ କରାଯାଇଛି। ଏହି ରଥ ସମସ୍ତ ୱାର୍ଡକୁ  ବୁଲିବ ବୋଲିବ ବୋଲି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe