ଆବାସ ଯୋଜନା ପ୍ରସଙ୍ଗ : ବିଜେପିର ଭୟ ଓ କ୍ରୋଧର ପ୍ରତିଫଳନ: ବିଜେଡି

ଆବାସ ଯୋଜନା ପ୍ରସଙ୍ଗ : ବିଜେପିର ଭୟ ଓ କ୍ରୋଧର ପ୍ରତିଫଳନ: ବିଜେଡି

ଭୁବନେଶ୍ବର : ଆବାସ ଯୋଜନା ପ୍ରସଙ୍ଗରେ ବିଜେପିର ଅଭିଯୋଗର ଜବାବ ଦେଇଛି ବିଜେଡି। ଦଳର ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ଗ୍ରାମ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ କେନ୍ଦ୍ରର ବିଜେପି ସରକାର ଓଡ଼ିଶାକୁ ପୁରସ୍କୃତ କରିବା କଥା ବୋଧହୁଏ ବିଜେପି ନେତାମାନେ ଅବଗତ ନାହାନ୍ତି। ଆବାସ ଯୋଜନାରେ କେନ୍ଦ୍ର ସରକାର ଯେତିକି ଅର୍ଥ ଦିଅନ୍ତି, ରାଜ୍ୟ ସରକାର ମଧ୍ୟ ସେତିକି ଅର୍ଥ ବହନ କରନ୍ତି। ୫ ବର୍ଷରେ ରାଜ୍ୟ ସରକାର ୨୦ ଲକ୍ଷ ଘର ନିର୍ମାଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର ଗରିବଙ୍କ ପାଇଁ ଗୃହ ନିର୍ମାଣରେ ସଫଳତା ପାଇଥିବାରୁ ଏହା ବିଜେପି ନେତାମାନଙ୍କ ଆଖିରେ ଯାଉନି। ଶ୍ରୀ ହରିଚନ୍ଦନଙ୍କ ମନ୍ତବ୍ୟରୁ ଓଡ଼ିଶା ବିଜେପିର ଭୟ ଓ କ୍ରୋଧ ପ୍ରତିଫଳନ ହେଉଛି ବୋଲି ଶ୍ରୀ ମହାନ୍ତି କଟାକ୍ଷ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe