ଆବାସ ଯୋଜନାରୁ ବଞ୍ଚିତ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍‌ ବାବେବିର ପଞ୍ଚାୟତର ଖଇରଭାଡ଼ି ଗାଁ

Advertisment

୨୦୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି, କେହି ପାଇନାହାନ୍ତି ଘର; ଏପିଡି କହିଲେ, ଘର ଯୋଗାଇ ଦିଆଯାଇଛି

୨୦୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି, କେହି ପାଇନାହାନ୍ତି ଘର; ଏପିଡି କହିଲେ, ଘର ଯୋଗାଇ ଦିଆଯାଇଛି

ବିଧାନସଭାରେ ଉଠିଲା ଆବାସ କେଳେଙ୍କାରୀ

Amar Ujala

ନୂଆପଡ଼ା : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଆବାସ ‌ଯୋଜନା ଆରମ୍ଭ କରିଛନ୍ତି। ଝାଟିମାଟି ଘରେ ରହୁଥିବା ଅଭାବୀ ଲୋକଙ୍କୁ ଯୋଜନାରେ ସାମିଲ କରି ପର୍ଯ୍ୟାୟକ୍ରମେ ଘର ଯୋଗାଇ ଦିଆଯାଉଛି। ହେଲେ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍‌ ବାବେବିର ପଞ୍ଚାୟତ ଖଇରଭାଡ଼ି ଗାଁ ଯୋଜନାରୁ ବଞ୍ଚିତ ରହିଛି। ଆଜିଯାଏ ଏହି ଗାଁର କାହାରିକୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନାହିଁ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ୪ଟି ଗାଁ ବର୍ତ୍ତନସିଲ, ଧରଣୀମାଲ, ଖଇରଭାଡ଼ି ଓ ବାବେବିରକୁ ନେଇ ବାବେବିର ପଞ୍ଚାୟତ ଗଠିତ। ଦୁଇ ୱାର୍ଡ ବିଶିଷ୍ଟ ଖଇରଭାଡ଼ି ଗାଁରେ ୨୦୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ପଞ୍ଚାୟତ ଗଠିତ ହୋଇ ଇତିମଧ୍ୟରେ ୩୦ ବର୍ଷ ବିତି ଯାଇଥିଲେ ହେଁ ଆଜି ଯାଏ ଗାଁର ଜଣେ ବି ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ଘର ମିଳି ନାହିଁ। ଗାଁର ଆରମ୍ଭରୁ ଶେଷ ଯାଏ କେବଳ ଛପର ଘର ହିଁ ରହିଛି। ଅଧିକାଂଶ ଗରିବ ପରିବାର ରହିଥିବାରୁ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ବାରମ୍ବାର ପ୍ରାଶାସନ ନିକଟରେ ଦାବି କରିଛନ୍ତି। ଏଥିପାଇଁ ସେମାନେ ୱାର୍ଡ଼ ମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ, ବିଡିଓ, ଜିଲ୍ଲାପାଳଙ୍କୁ ଅନେକ ଥର ଗୁହାରି କରି ସାରିଛନ୍ତି। ହେଲେ କୌଣସି ସୁଫଳ ମିଳୁ ନାହିଁ। ପ୍ରଶାସନ ପକ୍ଷରୁ ଘର ଯୋଗେଇ ଦିଆଯିବ କହି ଦିନ ଗଡ଼ାଇ ଚାଲିଛନ୍ତି ବିଭାଗୀୟ ବାବୁମାନେ। ହେଲେ ଆଜି ଯାଏ ଗାଁର ବହୁ ଗରିବ ବୋଲି ଅପେକ୍ଷା କରି ରହିଛନ୍ତି ବୋଲି ଗାଁର ଶ୍ରୀକାନ୍ତ ହଂସ, ଗରିଧାରି ହଂସ, ଗଣେଶ ହଂସ ପ୍ରମୁଖ ଅଭିଯୋଗ କରିଛନ୍ତି।

ଏ ସଂପର୍କରେ ନୂଆପଡ଼ା ଡିଆର୍‌ଡିଏର ଏପିଡି ବିଦେଶ ଘୋଷଙ୍କୁ ପଚାରିବାରୁ ଖଇରଭାଡ଼ି ଗାଁର ଲୋକଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି, ହେଲେ ସେମାନେ ପାଇଛନ୍ତି କି ନାହିଁ ତାହା ତଦନ୍ତ କଲେ ଜଣାପଡ଼ିବ ବୋଲି ସେ କହିଥିଲେ। ଏପିଡି ଶ୍ରୀ ଘୋଷଙ୍କ ମନ୍ତବ୍ୟ ଯଦି ସତ ହୋଇଥାଏ, ଏହା ଆଉ ଏକ ଦିଗକୁ ଇଙ୍ଗିତ କରୁଛି!!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe