‘ପିକେ’ ବେଶରେ ସଚେତନତା ସୃଷ୍ଟି, ମାର୍କେଟରେ ବୁଲୁଛନ୍ତି, ହେଲ୍‌ମେଟ୍‌ ପିନ୍ଧିବା ବାର୍ତ୍ତା ବାଣ୍ଟୁଛନ୍ତି

‘ପିକେ’ ବେଶରେ ସଚେତନତା ସୃଷ୍ଟି, ମାର୍କେଟରେ ବୁଲୁଛନ୍ତି, ହେଲ୍‌ମେଟ୍‌ ପିନ୍ଧିବା ବାର୍ତ୍ତା ବାଣ୍ଟୁଛନ୍ତି

ରାଉରକେଲା: ନିଆରା ଢ଼ଙ୍ଗରେ ସଚେତନତା ସୃଷ୍ଟି କରୁଛନ୍ତି ଯୁବ କଳାକାର ଉତ୍ତମ ତାଣ୍ଡି। ଅଭିନେତା ଅମୀର ଖାନଙ୍କ ‘ପିକେ’ ଫିଲ୍ମର ବେଶ ଭଳି ଉତ୍ତମ ମଧ୍ୟ ସମାନ ରୂପରେ ହେଲ୍‌ମେଟ୍‌ ବ୍ୟବହାର ଉପରେ ସଚେତନ କରୁଥିବା ଦେଖିବାକୁ ମିଳିଛି। ଆଜି ପୂର୍ବାହ୍ନରେ ସେ ସ୍ଥାନୀୟ ଉଦିତନଗର, ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ଅଞ୍ଚଳରେ ସେ ଏହି ବେଶରେ ବୁଲିବୁଲି ସଚେତନ କରୁଥିବା ଦେଖିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ, ବରଗଡ଼ ଜିଲ୍ଲା ତୁରୁଙ୍ଗାର ମୂଳବାସିନ୍ଦା ଉତ୍ତମ ରାଉରକେଲାରେ ନିଜ ବଡ଼ ଭଉଣୀଙ୍କ ପାଖରେ ରହି ପାଠ ପଢ଼ୁଛନ୍ତି।

ସଂପ୍ରତି ସେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ହିନ୍ଦୀ ବିଷୟରେ ସ୍ନାତକୋତ୍ତର ଛାତ୍ର। ସେ ସହରର ଏକାଧିକ ନାଟ୍ୟାନୁଷ୍ଠାନ ସହ ଜଡ଼ିତ ରହିଥିବାବେଳେ ଏକାଧିକ ମ୍ୟୁଜିକ୍‌ ଆଲବମ୍‌, କମେଡି ଭିଡିଓରେ ଅଭିନୟ କରିଛନ୍ତି। ନିକଟ ଅତିତରେ ସେ ସମ୍ବଲପୁରୀ କମେଡି ଆଲବମ୍‌ ‘ପିକେ: ପହେଲା ଚୁମା’ରେ ‘ପିକେ’ ଚରିତ୍ରରେ ଅଭିନୟକରି ବେଶ୍‌ ପରିଚିତ ହୋଇପାରିଥିଲେ। ଏହାପରେ ସେ ହେଲ୍‌ମେଟ ପିନ୍ଧିବା ନେଇ ବ୍ୟାପକ ସଚେତନ ସୃଷ୍ଟି କରୁଥିବାବେଳେ ଆଗାମୀ ଦିନରେ ମଧ୍ୟ ଏହାକୁ ଜାରିରଖିବେବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe