ଉପଖଣ୍ଡ ଚିକିତ୍ସାଳୟରେ ଅଭାବନୀୟ ଘଟଣା: ଚିକିତ୍ସା ଅଭାବରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ

Advertisment

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଘଟିଯାଇଛି । ଡାକ୍ତରଙ୍କ ଚିକିତ୍ସା ଅଭାବରୁ ନବଜାତ ଶିଶୁ ଜନ୍ମ ଦେଇଥିବା ମହିଳା ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି...

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଘଟିଯାଇଛି । ଡାକ୍ତରଙ୍କ ଚିକିତ୍ସା ଅଭାବରୁ ନବଜାତ ଶିଶୁ ଜନ୍ମ ଦେଇଥିବା ମହିଳା ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି...

Awful incident at sub-district hospital: Allegation of death of pregnant woman due to lack of treatment

Awful incident at sub-district hospital: Allegation of death of pregnant woman due to lack of treatment Photograph: (sambad.in)

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଘଟିଯାଇଛି । ଡାକ୍ତରଙ୍କ ଚିକିତ୍ସା ଅଭାବରୁ ନବଜାତ ଶିଶୁ ଜନ୍ମ ଦେଇଥିବା ମହିଳା ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଡାକ୍ତରଙ୍କ ଚିକିତ୍ସା ଅଭାବରୁ ଆଖି ଖୋଲୁ ଖୋଲୁ ଶିଶୁ କନ୍ୟା ମାଆ ଛେଉଣ୍ଡ ହୋଇଯାଇଛି। ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମହିଳାଙ୍କ ସ୍ୱାମୀ ଶଙ୍କର ନାଏକ, ଶ୍ବଶୁର ଓ ଗ୍ରାମବାସୀ । 

ଦିନକୁ ଦିନ ରାଇରଙ୍ଗପୁର ଡାକ୍ତର ଖାନାରେ ଡାକ୍ତରଙ୍କ ଅବହେଳା ପରିଲକ୍ଷିତ ହେଉଛି । ତେବେ ଦୀର୍ଘ ଦିନରୁ ଏଭଳି ଚିତ୍ର ସାମ୍ନାକୁ ଆସୁଥିବା ବେଳେ ଏଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ଦାବି ପତ୍ର ପ୍ରଦାନ  କରିଥିଲେ । ଦାବୀପତ୍ରର ଚବିଶ ଘଣ୍ଟା ନ ପୁରୁଣୁ ପୁଣି ତାର ବାସ୍ତବ ଚିତ୍ର ସାମ୍ନାକୁ ଆସିଥିଲା । 

ସୂଚନା ଅନୁସାରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମଦନଶିଳା ଗ୍ରାମର ଶଙ୍କର ନାଏକ ଗତ ୧୯ ତାରିଖ ଦିନ ପ୍ରସବ ପାଇଁ ତାଙ୍କ ସ୍ତ୍ରୀକୁ ଚିକିତ୍ସାଳୟକୁ ଆସିଥିଲେ ଏବଂ ୨୦ ତାରିଖ ସକାଳ ସମୟରେ ତାଙ୍କ ସ୍ତ୍ରୀ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ, କିନ୍ତୁ ବଡ ଦୁଃଖର ବିଷୟ ଯେ ସେହି ସମୟ ଠାରୁ ଉକ୍ତ ମହିଳାଙ୍କ ଅହରହ ରକ୍ତସ୍ରାବ ହେଉଥିବା ବେଳେ ଦୀର୍ଘ ଚବିଶ ଘଣ୍ଟା ଅର୍ଥାତ ୨୧ ତାରିଖ ସକାଳ ପର୍ଯନ୍ତ କୌଣସି ଡାକ୍ତର ତାଙ୍କ ପାଖକୁ ଆସି ନଥିଲେ। ପରିଣାମ ସ୍ୱରୂପ ନନ୍ଦିନୀ ନାଏକଙ୍କ ମୃତ୍ୟୁ ଘଟିଥିଲା।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe