ଏସ୍‌ସିବିରେ ସଫଳ ଅସ୍ତ୍ରୋପଚାର ୧୨ଘଣ୍ଟା ପରେ ମୁଣ୍ଡରୁ ବାହାରିଲା କୁରାଢ଼ି

Advertisment

କନ୍ଧମାଳରୁ କଟକ ବଡ଼ଡାକ୍ତରଖାନା। ୧୨ଘଣ୍ଟା ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବିବେକ କହଁର। ଏସ୍‌ସିବି ଟ୍ରମା ୟୁନିଟ୍‌ରେ ୪ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ ତାଙ୍କ ମୁଣ୍ଡରୁ କୁରାଢ଼ିକୁ ବାହାର କରାଯାଇଛି।

କନ୍ଧମାଳରୁ କଟକ ବଡ଼ଡାକ୍ତରଖାନା। ୧୨ଘଣ୍ଟା ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବିବେକ କହଁର। ଏସ୍‌ସିବି ଟ୍ରମା ୟୁନିଟ୍‌ରେ ୪ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ ତାଙ୍କ ମୁଣ୍ଡରୁ କୁରାଢ଼ିକୁ ବାହାର କରାଯାଇଛି।

dgdg

କଟକ: କନ୍ଧମାଳରୁ କଟକ ବଡ଼ଡାକ୍ତରଖାନା। ୧୨ଘଣ୍ଟା ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବିବେକ କହଁର। ଏସ୍‌ସିବି ଟ୍ରମା ୟୁନିଟ୍‌ରେ ୪ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ ତାଙ୍କ ମୁଣ୍ଡରୁ କୁରାଢ଼ିକୁ ବାହାର କରାଯାଇଛି। କିନ୍ତୁ ବିବେକଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଗତକାଲି ସେଠାରେ ହୋଇଥିବା ଗଣ୍ଡଗୋଳରେ କେହି ଜଣେ ତାଙ୍କ ମୁଣ୍ଡକୁ କୁରାଢ଼ିରେ ଆକ୍ରମଣ କରିଥିଲା। ଫଳରେ କୁରାଢ଼ି ତାଙ୍କ ମୁଣ୍ଡରେ ଲାଗି ରହିଥିଲା। ଗୁରୁତର ଅବସ୍ଥାରେ କନ୍ଧମାଳ ମୁଖ୍ୟ ଚିକିତ୍ସାଳୟରୁ ଏସ୍‌ସିବି କାଜୁଆଲିଟିକୁ ସ୍ଥାନାନ୍ତର କରାଯାଇଥିଲା। ମୁଣ୍ଡରେ କୁରାଢ଼ି ଲାଗି ରହିଥିବାରୁ ତାଙ୍କର ସିଟି ସ୍କାନ୍‌ ମଧ୍ୟ ସମ୍ଭବ ହୋଇପାରି ନଥିଲା। ତେଣୁ କେତେଦୂର ପର୍ଯ୍ୟନ୍ତ କୁରାଢ଼ି ପଶିଛି ତାକୁ ଜାଣିବା ଅସ୍ତ୍ରୋପଚାର କରୁଥିବା ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା। ତାଙ୍କ ମୁଣ୍ଡରେ ୯ ସେଣ୍ଟିମିଟର ଚଉଡ଼ା ଓ ୪ ସେଣ୍ଟିମିଟର ଗଭୀରକୁ ଯାଇଥିଲା କୁରାଢ଼ି। ତେବେ ଅସ୍ତ୍ରୋପଚାର କରି ନ୍ୟୁରୋସର୍ଜରି ବିଭାଗ ଡାକ୍ତର ପ୍ରତାପ ଚନ୍ଦ୍ର ଶତପଥୀ ସଫଳତାର ସହିତ କୁରାଢ଼ିକୁ କାଢ଼ି ଦେଇଛନ୍ତି। ଏବେ ସେ ଭେଣ୍ଟିଲେଟରରେ ରହିଥିବା ଓ ତାଙ୍କ ଅବସ୍ଥା ସଙ୍କାଟାପନ୍ନ ଥିବା ଏସ୍‌ସିବି ପକ୍ଷରୁ ସୂଚନା ଦିଆଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe