କରୋନାରେ ଆୟୁଷ ଡାକ୍ତରଙ୍କ ମୃତ୍ୟୁ

Advertisment
କରୋନାରେ ଆୟୁଷ ଡାକ୍ତରଙ୍କ ମୃତ୍ୟୁ

Portrait an unknown male doctor holding a stethoscope behind

ଭୁବନେଶ୍ବର : କରୋନା ନେଇଛି ଆଉ ଜଣେ ଯୋଦ୍ଧାଙ୍କ ଜୀବନ। ଆୟୁଷ ଡାକ୍ତର କାମଦେବ ପାଢ଼ୀ କରୋନାରେ ପ୍ରାଣ ହରାଇଛନ୍ତି। ବ୍ରହ୍ମପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ମାସ ୧୨ ତାରିଖଠାରୁ କାର୍ଯ୍ୟ କରି ଆସୁଥିଲେ। କରୋନା ସଂକ୍ରମିତ ହେବା ପରେ ଏମ୍‌କେସିଜିରେ ଥିବା କୋଭିଡ୍‌ ହସ୍ପିଟାଲରେ ଗତ ୪ ଦିନ ହେବ ତାଙ୍କର ଚିକିତ୍ସା ଜାରି ରହିଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ଡା. ପାଢ଼ୀଙ୍କୁ ମିଶାଇ ଦ୍ବିତୀୟ ଲହରରେ ରାଜ୍ୟରେ ୩ଜଣ ଆୟୁଷ ଡାକ୍ତରଙ୍କ ମୃତ୍ୟୁ ହୋଇଗଲାଣି। ସେହିପରି ପ୍ରଥମ ଲହରରେ ରାଜ୍ୟରେ ସମୁଦାୟ ୧୨ଜଣ ଆୟୁଷ ଡାକ୍ତର କରୋନାର ଶିକାର ହୋଇଥିଲେ।

ଅପରପକ୍ଷରେ କରୋନାରେ ପ୍ରାଣ ହରାଇଥିବା ଅଧିକାଂଶ ଆୟୁଷ ଡାକ୍ତରଙ୍କୁ ସରକାରୀ ସହାୟତା ମିଳି ନ ଥିବାରୁ କ୍ଷୋଭ ପ୍ରକାଶ କରିଛି ରାଜ୍ୟ ସରକାରୀ ଆୟୁର୍ବେଦିକ ଚିକିତ୍ସକ ସଂଘ। ଯେଉଁଭଳି ଡା. ପାଢ଼ୀଙ୍କୁ ସରକାରୀ ଭାବେ କୋଭିଡ୍‌ ଯୋଦ୍ଧା ଘୋଷଣା କରାଗଲା, ସେହିଭଳି ଅନ୍ୟ ମୃତକମାନଙ୍କୁ ମଧ୍ୟ କୋଭିଡ ଯୋଦ୍ଧା ବୋଲି ଘୋଷଣା କରିବାକୁ ସଂଘର ସଭାପତି ଡା. ସୁନୀଲ ରଥ ଓ ସାଧାରଣ ସଂପାଦକ ଡ. ଚିତ୍ତରଂଜନ ବେହେରା ଦାବି କରିଛନ୍ତି। ସେହିପରି କୋଭିଡ୍‌‌ ଡ୍ୟୁଟିରେ ‌ନିୟୋଜିତ ହୋଇଥିବା ଆୟୁଷ ଡାକ୍ତରଙ୍କ ପରିବାରଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରିବା ପାଇଁ ମଧ୍ୟ ସଂଘ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe