୩୦ ସୁଦ୍ଧା ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନ କଲେ ଆନ୍ଦୋଳନ

Advertisment
୩୦ ସୁଦ୍ଧା ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନ କଲେ ଆନ୍ଦୋଳନ

ଭୁବନେଶ୍ବର : ରାଜ୍ୟରେ ପିଏଚ୍‌ସି/ସିଏଚ୍‌ସିରେ ଗତ ୧୪ ବର୍ଷ ଧରି ଚୁକ୍ତି ଭିତ୍ତିରେ ୧୧୫୦ ଆୟୁଷ ଡାକ୍ତର କାର୍ଯ୍ୟ କରୁଛନ୍ତି। ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିସନ୍‌ ଅଧୀନରେ କାର୍ଯ୍ୟ କରୁଥିବା ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଲାଗି ଦାବି କରିଛି ନିଖିଳ ଓଡ଼ିଶା ଆୟୁଷ ଡାକ୍ତର ସଂଘ। ଆସନ୍ତା ୩୦ ତାରିଖ ସୁଦ୍ଧା ଏହି ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟରେ ଅସହଯୋଗ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସଂଘର ସଭାପତି ଡା. ଲୋଟସ ମିଶ୍ର, ସାଧାରଣ ସଂପାଦକ ଡା. ପ୍ରଭାସ ଚନ୍ଦ୍ର ସ୍ବାଇଁ, ଉପସଭାପତି ଯଯାତି କେଶରୀ ବେହେରା, ପ୍ରତିଭା ରାୟ ଓ ଅୟସକାନ୍ତ ମହାନ୍ତି ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ସଂଘର କହିବାନୁଯାୟୀ, ୨୦୦୭ ମସିହାରୁ ଆୟୁଷ ଡାକ୍ତରମାନେ ପିଏଚ୍‌ସି/ସିଏଚ୍‌ସିରେ ଗ୍ରାମାଞ୍ଚଳ, ନକ୍ସଲ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ କରି ଆସୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିସନ ଅଧୀନରେ ଥିବା ପାରାମେଡିକ୍ସଙ୍କୁ ନିୟମିତ କରାଯାଇଥିଲା। ଏହି ସମୟରେ ଆୟୁଷ ଡାକ୍ତରମାନଙ୍କୁ ନିୟମିତ କରାଯିବା ନେଇ ଆଶ୍ବସନା ଦିଆଯାଇଥିଲା। ମାତ୍ର ତାହା କାର୍ଯ୍ୟକାରୀ ହୋଇପାରି ନାହିଁ।

ଆୟୁଷ ଡାକ୍ତରମାନେ କୋଭିଡ ମହାମାରୀ ସମୟରେ ରୋଗୀଙ୍କ ସ୍କ୍ରିନିଂ, କଣ୍ଟାକ୍ଟ ଟ୍ରେସିଂ, ସର୍ଭେ, କୋଭିଡ କେୟାର ସେଣ୍ଟର ଆଦି ପରିଚଳାନାରେ କାର୍ଯ୍ୟ କରିଛନ୍ତି। ଏହା ସତ୍ତ୍ବେ ଆୟୁଷ ଡାକ୍ତରମାନଙ୍କୁ ଅଣଦେଖା କରାଯାଉଛି। ତେଣୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ ନ କଲେ ଡାକ୍ତରମାନେ ଆନ୍ଦୋଳନ କରିବେ ବୋଲି କୁହାଯାଇଛି। ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe