ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି କେବେ?

Advertisment
ଡରାଉଛି କରୋନା..., ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ ଭୟଙ୍କର ହେଉଛି କରୋନାର ସ୍ଥିତି

Image Source--ndtv

ଭୁବନେଶ୍ବର: ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି କ୍ଷେତ୍ରରେ ଅନ୍ୟ ରାଜ୍ୟରେ ଗୋଟିଏ ନିୟମ କାର୍ଯ୍ୟକାରୀ କରାଯାଉଥିବାବେଳେ ଓଡ଼ିଶାରେ ଆଉ ଗୋଟିଏ ନିୟମ ଲାଗୁ କରାଯାଉଛି। ଏନ୍‌ଏଚ୍‌ଏମ୍‌ ଅଧୀନରେ ଆୟୁଷ ଡାକ୍ତରମାନେ ୧୨ ବର୍ଷ ଚାକିରି କରିବା ପରେ ଓପିଏସ୍‌ସି ପରୀକ୍ଷା ଦେବାକୁ ବୟସସୀମା ପାର୍‌ ‌େହାଇଯାଉଛି। ସମାନ ପରିସ୍ଥିତିରେ ଅନ୍ୟ ରାଜ୍ୟମାନଙ୍କରେ ସରଳ ଉପାୟରେ ନିଯୁକ୍ତି ପ୍ରଦାନ କରାଯାଉଥିବାବେଳେ ଓଡ଼ିଶାରେ ତାହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ଫଳରେ, ଆୟୁଷ ଡାକ୍ତରଙ୍କ ନିଯୁକ୍ତି କ୍ଷେତ୍ରରେ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଉଛି। ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରାନଗଲେ, ତୀବ୍ର ଆନ୍ଦୋଳନ କରାଯିବ ବୋଲି ଓଡ଼ିଶା ଆୟୁଷ ଡାକ୍ତର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସୂଚନା ଅନୁସାରେ, ଜାତୀୟ ସ୍ବାସ୍ଥ୍ୟ ମିସନ (ଏନ୍‌ଏଚ୍‌ଏମ୍‌) ଅଧୀନରେ ୬୮୩ ଜଣ ଆୟୁର୍ବେଦିକ, ୫୪୭ ଜଣ ହୋମିଓପ୍ୟାଥିକ, ୪ ଜଣ ୟୁନାନୀ ଡାକ୍ତର ରାଜ୍ୟର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି। ଏଲୋପ୍ୟାଥିକ ଡାକ୍ତରଙ୍କ ଅଭା‌ବରେ ଦୀର୍ଘ ୧୨ ବର୍ଷ ଧରି ଏହି ଡାକ୍ତରମାନେ ରୋଗୀସେବା କରିବା ସହ ଜରୁରୀକାଳୀନ ସେବା, ରାତ୍ରିକାଳୀନ ସେବା, ପ୍ରସବ କରେଇବା ସହ ପ୍ରସୂତି ଚିକିତ୍ସା ଓ ସବୁ ପ୍ରକାର ଜାତୀୟ ସ୍ବାସ୍ଥ୍ୟ ଯୋଜନାର ତଦାରଖ କରି ଆସୁଛନ୍ତି। ବାରମ୍ବାର ସରକାରଙ୍କ ପାଖରେ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିବା ପରେ ସରକାର ୨୦୧୬ ମସିହାରେ ୧୪୮୫ଟି ‌ ପଦ ସୃଷ୍ଟି କରିବା ସହିତ ସ୍ଥାୟୀ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର, ଏଯାବତ୍‌ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଂଘ ଆହୁରି କହିଛି ଯେ, ଗତ ୨୦୧୫ ମସିହା ଅଗଷ୍ଟ ୫ ତାରିଖରେ ସ୍ବାସ୍ଥ୍ୟ ଷ୍ଟାଣ୍ଡିଂ କମିଟି ଆୟୁଷ ଡାକ୍ତରମାନଙ୍କୁ ସ୍ଥାୟୀ କରିବାକୁ ସୁପାରିସ କରିଥିଲେ। ଚିଠି ନମ୍ବର ୮୨୬/୭୩୯/୧୦ ତା୨୦.୧୦.୧୪ରିଖରେ ସ୍ବାସ୍ଥ୍ୟ ପରିଚାଳନା କମିଟି ମଧ୍ୟ ପାରାମେଡ଼ିକସ୍‌ଙ୍କ ସହ ଆୟୁଷ ଡାକ୍ତରମାନଙ୍କୁ ଭବିଷ୍ୟତରେ ସ୍ଥାୟୀ କରିବାକୁ ଚିଠି କରିଥିଲେ। କିନ୍ତୁ ସାଧାରଣ ନିର୍ବାଚନ ପୂର୍ବରୁ ପାରାମେଡିକସ୍‌ ମାନଙ୍କୁ ସରକାର ସ୍ଥାୟୀ କରିଦେଲେ। କିନ୍ତୁ ଆୟୁଷ ଡାକ୍ତରମାନଙ୍କୁ ସ୍ଥାୟୀ କଲେ ନାହିଁ। ମୁଖ୍ୟମନ୍ତ୍ରୀ ଅଫିସରେ ଅଧିକାରୀମାନେ ନିର୍ବାଚନ ସରିଲେ ସ୍ଥାୟୀ କରାଯିବ ବୋଲି ଆୟୁଷ ସଂଘ ପ୍ରତିନିଧିମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଏବଂ ନିର୍ବାଚନ ପରେ ସ୍ବାସ୍ଥ୍ୟ ବିଭାଗକୁ ଏହା କର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲେ। ଏବଂ ୨୦.୮.୧୯ରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥାୟୀ କରାଯିବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମାତ୍ର, ଏପର୍ଯ୍ୟନ୍ତ ବୈଠକର ପ୍ରୋସିଡିଂ ବାହାରି ନ ଥିବାବେଳେ ଅର୍ଥ ବିଭାଗର ଅନୁମୋଦନ ପାଇଁ ପଠାଯାଇନଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ସରକାର ସ୍ଥାୟୀ ନିଯୁକ୍ତି ପାଇଁ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସଂଘର ସଭାପତି ଡା. ଜ୍ୟୋତିରଂଜନ ଗାହାଣ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe