ସ୍ଥାୟୀ ନିଯୁକ୍ତି ଦାବି : କଳାବ୍ୟାଜ୍‌ ପିନ୍ଧି ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ

Advertisment
ସମ୍ବାଦ ଗ୍ରୁପ୍‌ ପକ୍ଷରୁ ‘ବିପଦର ବନ୍ଧୁ’ କାର୍ଯ୍ୟକ୍ରମ: ଚିକିତ୍ସା ପରାମର୍ଶ ଦେଲେ ଡାକ୍ତର

The Indian Express

ଭୁବନେଶ୍ବର : ରାଜ୍ୟର ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ସ୍ଥାୟୀ ନିଯୁକ୍ତି ଦାବିରେ କଳାବ୍ୟାଜ୍ ପିନ୍ଧି ଆନ୍ଦୋଳନ ଜାରି ରଖିଛନ୍ତି। ସରକାର ସେମାନଙ୍କ ଦାବି ପ୍ରତି ଧ୍ୟାନ ନ ଦେଲେ, ଆଗକୁ ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି ଓଡ଼ିଶା ଆୟୁଷ ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି।

ସଂଘର ସଭାପତି ଡା. ଜ୍ୟୋତିରଂଜନ ଗାହାଣ ଏକ ପ୍ରେସ୍‌ ବିବୃତି‌ରେ କହିଛନ୍ତି ଯେ ଏଲୋପାଥି ଡାକ୍ତରମାନଙ୍କ ଅଭାବକୁ ଦୃଷ୍ଟିରେ ରଖି ୨୦୦୭ ମସିହାରେ ଓଡ଼ିଶାର ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୭୯୫ ଆୟୁର୍ବେଦିକ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୭୦୬ଜଣ କାର୍ଯ୍ୟରତ ଅଛନ୍ତି। ଦୀର୍ଘ ୧୩ ବର୍ଷ ଧରି ସେମାନେ ନିରବଚ୍ଛିନ୍ନ ଭାବେ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ଏବେ କରୋନା ମହାମାରୀ ସମୟରେ ବି ସେମାନଙ୍କୁ ରୋଗୀ ସେବାରେ ନିଯୁକ୍ତ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କର ଗୋଟିଏ ମାତ୍ର ଦାବି (ସ୍ଥାୟୀ ନିଯୁକ୍ତି) ପୂରଣ କରାଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ସରକାର ଏଥିପ୍ରତି ଧ୍ୟାନ ନ ଦେଲେ, ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସଂଘର କର୍ମକର୍ତ୍ତା ଡା. ସୀମାଲତା ସ୍ବାଇଁ, ଦୀପ୍ତି ସାହୁ, ଡା. ଅମିୟ ରାଉତ, ଡା. ଚନ୍ଦ୍ରଶେଖର ମିଶ୍ର, ଡା. ରବୀନ୍ଦ୍ର ନାଥ ଗନ୍ତାୟତ, ଡା. ଦୁର୍ଗାପ୍ରସାଦ ମିଶ୍ର, ଆବାହକ ଡା. ବିଶ୍ବରଂଜନ ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe