ସ୍ଥାୟୀ ନିଯୁକ୍ତି ନ ମିଳିଲେ ଆନ୍ଦୋଳନ କରିବେ ଆୟୁଷ ଡାକ୍ତର

Advertisment
କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନଦୀ ପାର ହୋଇ ଜଙ୍ଗଲରେ ୮କିମି ଚାଲିଲେ ଡାକ୍ତର

Global News

ଭୁବନେଶ୍ବର : ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ରାଜ୍ୟ ସରକାର ଆୟୁଷ ଡାକ୍ତରମାନଙ୍କୁ ସ୍ଥାୟୀ ନିଯୁକ୍ତି ନ ଦେଲେ ରାଜ୍ୟର ସମସ୍ତ ଆୟୁଷ ଡାକ୍ତର ବିଧାନସଭା ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଆୟୁଷ ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି।

ଆଜି ରାଜଧାନୀ କଳା ସଂସଦଠାରେ ବସିଥିବା ଆୟୁଷ ଡାକ୍ତର ସଂଘର ରାଜ୍ୟସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି। ସଂଘର ସଭାପତି ଡାକ୍ତର ଜ୍ୟୋତିରଂଜନ ଗାହାଣ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ଆୟୁଷ ଡାକ୍ତରମାନଙ୍କୁ ସ୍ଥାୟୀ କରିବାକୁ ତାଲିକା ହୋଇଥିଲା। ନିର୍ବାଚନ ପୂର୍ବରୁ ସ୍ଥାୟୀ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିବା ସମ୍ଭବ ନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆୟୁଷ ଡାକ୍ତର ସଂଘ ପ୍ରତିନିଧିମାନଙ୍କୁ ଓପିଏସ୍‌ସି ପରୀକ୍ଷା ନ କରେଇ ୱାନ୍‌ ଟାଇମ୍ ଓପିଏସ୍‌ସି କନକରେନସ୍‌ ଦ୍ବାରା ସ୍ଥାୟୀ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ମିଳିଲାନି।

ଅପରପକ୍ଷେ ଅଗଷ୍ଟ ୫, ୨୦୧୫ରେ ସ୍ବାସ୍ଥ୍ୟ ବିଭାଗ ଷ୍ଟାଣ୍ଡିଂ କମିଟି ଆୟୁଷ ଡାକ୍ତରମାନଙ୍କ ଚାକିରିର ଗୁରୁତ୍ବ ଅନୁଭବ କରି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ସରକାରଙ୍କୁ ସୁପାରିସ୍ କରିଥିଲେ। ଏପରିକି ପୂର୍ବରୁ ବିଡିଏସ୍‌ ଡାକ୍ତର , ସାଇଣ୍ଟିଫିକ୍ ଅଫିସର ଓ ଅନ୍ୟ କର୍ମଚାରୀମାନେ ଓପିଏସ୍‌ସି ପରୀକ୍ଷା ବଦଳରେ ୱାନ୍‌ ଟାଇମ୍ ମେଜର ଓପିଏସ୍‌ସି କନକରେନସ୍‌ରେ ସ୍ଥାୟୀ ହୋଇଥିବା ବେଳେ ଏଲୋପ୍ୟାଥିକ ଡାକ୍ତରମାନେ ମଧ୍ୟ ଭାଲିଡେସନ୍ ଆକ୍ଟରେ ସ୍ଥାୟୀ ହୋଇଛନ୍ତି। ହେଲେ ଆୟୁଷ ଡାକ୍ତରଙ୍କ କ୍ଷେତ୍ରରେ ରାଜ୍ୟ ସରକାର ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି। ‌ତେଣୁ ଆୟୁଷ ଡାକ୍ତର ସଂଘ ସ୍ଥାୟୀ ନିଯୁକ୍ତି ଦାବିରେ ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଛି। ଆଜିର ବୈଠକରେ ଡାକ୍ତର ପ୍ରଭାତ କୁମାର ଦାସ, ଡା. ସୀମାଲତା ସ୍ବାଇଁ, ଡା. ଦୀପ୍ତି ସାହୁ, ଡା. ଚିନ୍ମୟ କୁମାର ନାୟକ, ଡା. ଅମୀୟ ଅରୁଣ ରଂଜନ ରାଉତ, ଡା. ସୂର୍ଯ୍ୟକାନ୍ତ ସାମନ୍ତରାୟ, ଡା. ବିଶ୍ବରଂଜନ ଜେନା, ଡା. ଚନ୍ଦ୍ରକାନ୍ତ ରାଉତ, ଡା. ଦୁର୍ଗାପ୍ରସାଦ ମିଶ୍ରଙ୍କ ସମେତ ବହୁ ଡାକ୍ତର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe