ଫେବ୍ରୁଆରିରୁ ରାଜ୍ୟରେ ଆୟୁଷ୍ମାନ ଭାରତ

Advertisment

ଆସନ୍ତାବର୍ଷ ଫେବ୍ରୁଆରିରୁ ରାଜ୍ୟରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେବ। ଏହାସହ ରାଜ୍ୟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଜାରି ରହିବ। ଆୟୁଷ୍ମାନ ଭାରତ ଯୋଜନା ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ପରିଦର୍ଶନ କରିସାରିଛନ୍ତି।

ଆସନ୍ତାବର୍ଷ ଫେବ୍ରୁଆରିରୁ ରାଜ୍ୟରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେବ। ଏହାସହ ରାଜ୍ୟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଜାରି ରହିବ। ଆୟୁଷ୍ମାନ ଭାରତ ଯୋଜନା ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ପରିଦର୍ଶନ କରିସାରିଛନ୍ତି।

sfssf

Paytm

ଭୁବନେଶ୍ବର: ଆସନ୍ତାବର୍ଷ ଫେବ୍ରୁଆରିରୁ ରାଜ୍ୟରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେବ। ଏହାସହ ରାଜ୍ୟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଜାରି ରହିବ। ଆୟୁଷ୍ମାନ ଭାରତ ଯୋଜନା ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ପରିଦର୍ଶନ କରିସାରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏହାକୁ ଲାଗୁ କରିବା ପାଇଁ ସରକାର ଘୋଷଣା କରିଥିଲେ। ତେଣୁ ଫେବ୍ରୁଆରିରୁ ଏହା ଲାଗୁ ହେବ। ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ କୌଣସି ଗରିବ ଲୋକ ଯେପରି ସ୍ବାସ୍ଥ୍ୟ କାର୍ଡରୁ ବଞ୍ଚିତ ହେବେ ନାହିଁ ତାହାକୁ ଗୁରୁତ୍ବ ଦିଆଯିବ। ରାଜ୍ୟର କୋଟିଏ ପରିବାର ସ୍ବାସ୍ଥ୍ୟ କାର୍ଡ ପାଇବେ। ୨୦୨୫ରେ ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବ। ନୂଆ ‌ମେଡିକାଲ କଲେଜ, ନର୍ସିଂ କଲେଜ, ଡିଜିଟାଲ ହେଲ୍‌ପ ମିସନ ଭଳି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe