ଆଜିଠୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା: ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା

Advertisment

ଶୁକ୍ରବାର ଠାରୁ ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଲାଗୁ ହେବ। କଟକର ବାଲିଯାତ୍ରା ପଡ଼ିଆରେ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଯୋଗଦେଇ ଏହି ଯୋଜନାର ଶୁଭାରମ୍ଭ କରିବେ।

ଶୁକ୍ରବାର ଠାରୁ ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଲାଗୁ ହେବ। କଟକର ବାଲିଯାତ୍ରା ପଡ଼ିଆରେ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଯୋଗଦେଇ ଏହି ଯୋଜନାର ଶୁଭାରମ୍ଭ କରିବେ।

ssfscsc

Photograph: ( OdishaPlus)

ଭୁବନେଶ୍ୱର: ଶୁକ୍ରବାର ଠାରୁ ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଲାଗୁ ହେବ। କଟକର ବାଲିଯାତ୍ରା ପଡ଼ିଆରେ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଯୋଗଦେଇ ଏହି ଯୋଜନାର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଉପସ୍ଥିତ ରହିବେ।

ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା
୧୨ରେ ପୁରୀରେ ‘ବିଧାୟକ ଓ ସାଂସଦ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ

ଏହି ଅବସରରେ ଶ୍ରୀ ନଡ୍ଡା ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ମଧ୍ୟ ଲୋକାର୍ପଣ କରିବେ। ଏହି ତିନିଟି ଯୋଜନାରେ ରାଜ୍ୟର ୩କୋଟି ୫୦ଲକ୍ଷ ଲୋକ ଉପକୃତ ହେବେ‌ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାସହ କଟକସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ ଅଫ୍ ପେଡିଆଟ୍ରିକ୍‌ର ନୂତନ ଭବନର ଉଦ୍‌ଘାଟନ କରିବେ। ଏହାପରେ ଭୁବନେଶ୍ୱରସ୍ଥିତ ସିପେଟ୍ ଓ ଏମ୍‌ସ ମେଡିକାଲ କଲେଜ ଯିବାର କାର୍ଯ୍ୟକ୍ରମ ରହିଛି। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ଓଡ଼ିଶାବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। କାରଣ, ପୂର୍ବ ସରକାର ଅମଳରେ ରାଜ୍ୟବାସୀଙ୍କୁ ବିଏସ୍‌କେୱାଇ ଯୋଜନାରେ ୯୭୮ଟି ହସ୍ପିଟାଲରେ ମାଗଣା ଚିକିତ୍ସା ମିଳୁଥିବାବେଳେ ଏବେ ଦେଶର ୨୯ହଜାର ହସ୍ପିଟାଲରେ ମାଗଣାରେ ଚିକିତ୍ସା ମିଳିବ। 

ସେହିପରି ଶୁକ୍ରବାର ସଂଧ୍ୟାରୁ ରବିବାର ସଂଧ୍ୟା ପର୍ଯ୍ୟନ୍ତ ପୁରୀରେ ସାଂସଦ ଓ ବିଧାୟକମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଶ୍ରୀ ନଡ୍ଡା ଏହି କାର୍ଯ୍ୟକ୍ରମକୁ ଶନିବାର ସକାଳେ ବିଧିବଦ୍ଧ ଉଦ୍‌ଘାଟନ କରିବେ। ହେଲେ ଶୁକ୍ରବାର ଏଥି‌େର ଯୋଗଦେବା ସହ ସେଠାରେ ରାତ୍ରିଯାପନ କରିବେ। ଏହି ଶିବିରରେ ସାଙ୍ଗଠନିକ, ପ୍ରାଶାସନିକ, ବିଚାରଧାରା ଓ କ୍ରିୟାନ୍ୱୟନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ବୋଲି ଶ୍ରୀ ସାମଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe