୧୫ରୁ ବିଏଡ୍‌ ନାମଲେଖା, ୧୭ରୁ କ୍ଲାସ

Advertisment
ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ୫ ପର୍ଯ୍ୟନ୍ତ ବଢ଼ିଲା

forum.edugorilla.com

ଭୁବନେଶ୍ବର : ୨୦୨୧-୨୩ ଶିକ୍ଷାବର୍ଷରେ ବିଏଡ୍‌ ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ନାମଲେଖା ୧୫ ଓ ୧୬ ତାରିଖରେ ଅନୁଷ୍ଠିତ ହେବ। ନାମଲେଖା ସମୟରେ ଛାତ୍ରଛାତ୍ରୀ ଇଣ୍ଟିମେସନ ଲେଟର ସମେତ ଅନ୍ୟ ସମସ୍ତ ଡକ୍ୟୁମେଣ୍ଟ ଦାଖଲ କରିବେ। ତେଣୁ କଲେଜଗୁଡ଼ିକ ଏଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ସମସ୍ତ ବିଏଡ୍‌ ପାଠ୍ୟକ୍ରମ ଥିବା କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି।

ବିଭାଗୀୟ ଅତିରିକ୍ତ ସଚିବ ରମାକାନ୍ତ ନାୟକ କହିଛନ୍ତି ଯେ ନାମଲେଖା ସମୟରେ ଇଣ୍ଟିମେସନ ଲେଟରରେ ଉଲ୍ଲେଖ ଥିବା ଛାତ୍ରଛାତ୍ରୀଙ୍କ ଓରିଜିନାଲ ଡକ୍ୟୁମେଣ୍ଟ ତଥା ସାର୍ଟିଫିକେଟ୍‌କୁ ଭଲ ଭାବେ ଯାଞ୍ଚ କରାଯିବା ଆବଶ୍ୟକ। ଆବଶ୍ୟକୀୟ ଫି’ ଗ୍ରହଣ କରିବା ପରେ ନାମଲେଖାଇବା ଦିଗରେ ପଦକ୍ଷେପ ନେବେ। ଡକ୍ୟୁମେଣ୍ଟ ଓ ଆପ୍ଲିକେସନ ଫର୍ମରେ ଯଦି କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହୁଏ ତେବେ ତୁରନ୍ତ ଶିକ୍ଷକ ଶିକ୍ଷା ସେକ୍ସନକୁ ପଠାଇବାକୁ କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ନଭେମ୍ବର ୧୭ରୁ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରେ ୮୦% ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇଛି। ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ମେଡିକାଲ ଯାଞ୍ଚ କଡ଼ାକଡ଼ି କରିବାକୁ କୁହାଯାଇଛି। ଯଦି କୌଣସି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ନିୟମ ଉଲ୍ଲଂଘନ ହୋଇଥିବା ପରିଲକ୍ଷିତ ହୁଏ ତାଙ୍କ ନାମଲେଖାକୁ ବାତିଲ କରାଯିବ। ଦ୍ବିତୀୟ ପର୍ଯ୍ୟାୟ ଚୟନ ପୂର୍ବରୁ ଆବଶ୍ୟକ ହେଲେ ସାମ୍‌ସ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଲାଇଡ୍‌ ଅପ୍‌ ବ୍ୟବସ୍ଥା ଉପଲବ୍ଧ କରାଯିବ। ଅଟୋ ସ୍ଲାଇଡ୍‌ ଅପ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ପରିବର୍ତନ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe