ଜୁନ୍‌ ୧ରୁ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ହେବ ବିଏଡ୍‌ କଲେଜ

Advertisment

କ୍ୟାମ୍ପସ-୧ର ଖୋଲିବ ଟିଇ ସେକ୍ସନ

କ୍ୟାମ୍ପସ-୧ର ଖୋଲିବ ଟିଇ ସେକ୍ସନ

ଜୁନ୍‌ ୧ରୁ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ହେବ ବିଏଡ୍‌ କଲେଜ

SCERT Odisha

ଭୁବନେଶ୍ବର : ରାଜ୍ୟରେ ଥିବା ସମସ୍ତ ସରକାରୀ ବିଏଡ୍‌ କଲେଜଗୁଡ଼ିକ ଜୁନ୍‌ ପହିଲାରୁ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବ। ଏହି କଲେଜଗୁଡ଼ିକର ପରିଚାଳନା ଲାଗି ଉଚ୍ଚଶିକ୍ଷା ବିଭାଗରେ ଏକ ସ୍ବତନ୍ତ୍ର ସେକ୍ସନ ଖୋଲିବ। ଲୋକସେବା ଭବନରେ ଥିବା ଉଚ୍ଚଶିକ୍ଷା ବିଭାଗ କ୍ୟାମ୍ପସ-୧ରେ ଶିକ୍ଷକ ଶିକ୍ଷା(ଟିଇ) ସେକ୍ସନ ଖୋଲାଯିବ, ଯାହାକି କେବଳ ବିଏଡ୍‌ କଲେଜ ସମ୍ପର୍କରେ କାର୍ଯ୍ୟ କରିବ। ସମ୍ବଲପୁରସ୍ଥିତ ପିଏମ୍‌ଆଇଏଏସ୍‌ଇର ଭାରପ୍ରାପ୍ତ ଅଧ୍ୟକ୍ଷା ସ୍ନିଗ୍ଧା ମିଶ୍ର ଟିଇ ‌ସେକ୍ସନର ଉପ ନିର୍ଦେଶକ(ଡେପୁଟି ଡାଇରେକ୍ଟର) ଭାବେ ଜୁନ୍‌ ପହିଲାରୁ କାର୍ଯ୍ୟ କରିବେ।

ସେହିପରି ରାଉରକେଲା ସିଟିଇର ଭାରପ୍ରାପ୍ତ ଅଧ୍ୟକ୍ଷ ଥିବା ସାରଦା ମିଶ୍ର ଟିଇ ସେକ୍ସନର ଅତିରିକ୍ତ ନିର୍ଦେଶକ(ଆସିଷ୍ଟାଣ୍ଟ ଡାଇରେକ୍ଟର) ଭାବେ ଦାୟିତ୍ବ ତୁଲାଇବେ। ଉଭୟ ଅଧିକାରୀ ଉଚ୍ଚଶିକ୍ଷା ସଚିବଙ୍କୁ ରିପୋର୍ଟ କରିବେ। ଟିଇ ଆଣ୍ଡ ଏସ୍‌ସିଇଆରଟିର ଜୈନିକ ଅଧିକାରୀ ଏମାନଙ୍କୁ ସହାୟତା କରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଏସ୍‌ଟି ଆଣ୍ଡ୍‌ ଏସ୍‌ସି ଉନ୍ନୟନ ବିଭାଗ, ପଛୁଆ ବର୍ଗ ବିକାଶ ବିଭାଗ ଅଧୀନରେ ଥିବା ଏହି କଲେଜଗୁଡ଼ିକର ସମସ୍ତ କାଗଜପତ୍ର ଜୁନ୍‌ ପହିଲା ସୁଦ୍ଧା ଉଚ୍ଚଶିକ୍ଷା ବିଭାଗ ନିକଟରେ ଦାଖଲ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe