ମିଳିତ ବିଏଡ୍‌ ଶିକ୍ଷକ ମହାସଂଘର ସମାବେଶ

ମିଳିତ ବିଏଡ୍‌ ଶିକ୍ଷକ ମହାସଂଘର ସମାବେଶ

ଭୁବନେଶ୍ୱର : ୩ ଦଫା ଦାବି ନେଇ ଆଜି ମିଳିତ ବିଏଡ୍‌ ଶିକ୍ଷକ ମହାସଂଘ ପକ୍ଷରୁ ରାଜଧାନୀରେ ମହାସମାବେଶ ଅନୁଷ୍ଠିତ ହୋଇଥିଲା। ବିଏଡ୍‌ ଶିକ୍ଷକମାନଙ୍କ ନ୍ୟାୟପୂର୍ଣ୍ଣ ଦାବି ନେଇ ଆଜି ଶିକ୍ଷକମାନେ ଲୋୟର ପିଏମ୍‌ଜିରେ ଏକତ୍ରିତ ହୋଇଥିଲେ। ଯଦି ରାଜ୍ୟ ସରକାର ଆସନ୍ତାମାସ ୬ତାରିଖ ସୁଦ୍ଧା ସଂଘର ଦାବି ପୂରଣ ନ କରନ୍ତି ତେବେ ଅକ୍ଟୋବର ୯ତାରିଖରୁ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୂଲ୍ୟାୟନ ବର୍ଜନ କରାଯିବା ସହିତ ଆନ୍ଦୋଳନ ହେବ ବୋଲି ମହାସଂଘ ଚେତାବନୀ ଦେଇଛି।

ମହାସଂଘର ଦାବି ମଧ୍ୟରେ ରହିଛି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ତାଲିମପ୍ରାପ୍ତ ବିଏଡ୍‌ ଶିକ୍ଷକମାନଙ୍କୁ ଟିଜିଟି ସ୍କେଲ୍‌ ହାରରେ ଦରମା ପ୍ରଦାନ କରାଯାଉ। ୨୦୧୪ ମସିହା ଜୁଲାଇ ୧ତାରିଖ କ୍ୟାଡର୍‌ ରୁଲକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ। ନିଯୁକ୍ତି ଦିନଠାରୁ ୬ବର୍ଷ ଅବଧିକୁ ଚାକିରି ସମୟରେ ସାମିଲ କରାଯାଇ ସମସ୍ତ ଶିକ୍ଷା ସହାୟକମାନଙ୍କୁ ଲେବଲ-୩ ପଦବିରେ ନିୟମିତ କରାଯାଉ। ଜାତୀୟ ଶିକ୍ଷା ପରିଷଦ ନିର୍ଦେଶ ଆଧାରରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ପରିଚାଳନା କରିବା ପାଇଁ ମାଧ୍ୟମିକ ବିଦ୍ୟାଳୟ ପରି ଏକ ଆଦର୍ଶ ଶିକ୍ଷକ ମଣ୍ଡଳ ସଂକଳ୍ପ ବିଜ୍ଞାପିତ କରିବାକୁ ମହାସଂଘ ପକ୍ଷରୁ ଦାବି ହୋଇଛି।

ବିକ୍ଷୋଭରେ ମହାସଂଘର ସଭାପତି ଅଜୟ ଧଳ, ମହାସଚିବ ଉମେଶ ଚନ୍ଦ୍ର ନାୟକ, ଦୁର୍ଯ୍ୟୋଧନ ଦାସ, ଦେବେନ୍ଦ୍ର ନାୟକ, ଲକ୍ଷ୍ମଣ ମହାନ୍ତି, ମୁରଲୀଧର ନାୟକ, ସନ୍ତୋଷ ପ୍ରଧାନ, ରଂଜନ ମହାନ୍ତି ଓ ସୁଧୀର ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe