ବି.ଟେକ୍‌ କାଉନସେଲିଂରେ ଆସିବ ସଂସ୍କାର, ଜୁଲାଇ ୩୧ ସୁଦ୍ଧା ସରିବ ସମସ୍ତ କାଉନସେଲିଂ

Advertisment

ମନଇଚ୍ଛା ଫି’ ଆଦାୟ ଉପରେ ଲାଗିବ ରୋକ

ମନଇଚ୍ଛା ଫି’ ଆଦାୟ ଉପରେ ଲାଗିବ ରୋକ

ବି.ଟେକ୍‌ କାଉନସେଲିଂରେ ଆସିବ ସଂସ୍କାର, ଜୁଲାଇ ୩୧ ସୁଦ୍ଧା ସରିବ ସମସ୍ତ କାଉନସେଲିଂ

YouTube

ଭୁବନେଶ୍ବର, ବି.ଟେକ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ହେଉଥିବା କାଉନସେଲିଂ ବ୍ୟବସ୍ଥାରେ ସଂସ୍କାର ଅଣାଯିବ। ଅଟୋମେଟିକ୍‌ ଚଏସ୍‌ ବ୍ୟବସ୍ଥାକୁ ଉଠାଇ ଦିଆଯାଇ ଛାତ୍ରଛାତ୍ରୀଙ୍କ ଲାଗି ଏକାଧିକ ଚଏସ୍‌ ଉପଲବ୍ଧ କରାଯିବ। ଆଇଆଇଟି, ଏନ୍‌ଆଇଟି ପରି ଜାତୀୟସ୍ତରୀ‌ୟ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଯେଉଁଭଳି କାଉନସେଲିଂ ଚାଲିଛି, ଓଡ଼ିଶାରେ ମଧ୍ୟ ସେଭଳି କରାଯିବ। ବି.ଟେକ୍‌ ସମେତ ଏମ୍‌ବିଏ, ଏମ୍‌ସିଏ ପରି ବିଭିନ୍ନ ପାଠ୍ୟକ୍ରମ ଲାଗି ଗୋଟିଏ ସମୟରେ କାଉନସେଲିଂ ହେବ। ଜୁଲାଇ ୩୧ ସୁଦ୍ଧା ଓଜେଇଇ ପକ୍ଷରୁ ସମସ୍ତ କାଉନସେଲିଂ ପ୍ରକ୍ରିୟା ଶେଷ ହେବ। ଏହାପରେ କଲେଜଗୁଡ଼ିକ ସିଟ୍‌ ପ୍ରଦାନ କରାଯିବ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଜି ବସିଥିବା ପଲିସି ପ୍ଲାନିଂ ବଡି(ପିପିବି) ବୈଠକ‌ରେ ଏଭଳି ନିଷ୍ପତ୍ତି ହୋଇଛି।

ଏହାବ୍ୟତୀତ କାଉନସେଲିଂ ପ୍ରକ୍ରିୟାରେ କିଭଳି ସ୍ବଚ୍ଛତା ଆସିବ, ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ‌ଯେମିତି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଓଜେଇଇ ପକ୍ଷରୁ କର୍ମଶାଳା କରାଯିବ। ଛାତ୍ରଛାତ୍ରୀ ଯେପରି ଦ୍ବନ୍ଦ୍ବରେ ନ ପଡ଼ିବେ, ତାହାକୁ ଦୃଷ୍ଟିରେ ରଖି ବିଜ୍ଞାପନ ମାଧ୍ୟମରେ ସଚେତନ କରାଯିବ। ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରିବା, ତାଲିମପ୍ରାପ୍ତ ଅଧ୍ୟାପକଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଦେବାକୁ ବି ବୈଠକରେ ଆଲୋଚନା ହୋଇଥିଲା। ଭୁବନେଶ୍ବରର ଏକ ମେଡିକାଲ ଶିକ୍ଷାନୁଷ୍ଠାନ ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ନିର୍ଦ୍ଧାରିତ ଫି’ଠାରୁ ଦୁଇ ଗୁଣ ଅର୍ଥ ଆଦାୟ କରୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ। ତାହାକୁ ଗୁରୁତ୍ବର ସହ ନେଇଛି ବୈଷୟିକ ଶିକ୍ଷା ବିଭାଗ। ପିଜି ପାଠ୍ୟକ୍ରମ ନାମଲେଖା ବାବଦରେ ସମ୍ପୃକ୍ତ ଅନୁଷ୍ଠାନ ଯେଉଁ ଅର୍ଥ ଆଦାୟ କରିଛି, ତାହା କିଭଳି ପିଲାଙ୍କୁ ଫେରସ୍ତ କରାଯିବ, ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଏଥିସହ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ମନଇଚ୍ଛା ଫି’ ବୃଦ୍ଧିରେ ଅଙ୍କୁଶ ଲଗାଇବାକୁ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe