ବାବା ଭୁଜାଖିଆ ପୀରଙ୍କ ବାର୍ଷିକ ଉତ୍ସବ ଉଦ୍‌ଘାଟିତ

Advertisment
ବାବା ଭୁଜାଖିଆ ପୀରଙ୍କ ବାର୍ଷିକ ଉତ୍ସବ ଉଦ୍‌ଘାଟିତ

ବାଲେଶ୍ୱର: ସୁନଟସ୍ଥିତ ‘ବାବା ଭୁଜାଖିଆ ପୀର’ଙ୍କ ତିନି ଦିନିଆ ୭୮ତମ ବାର୍ଷିକ ଉତ୍ସବ(ଉର୍ସ) ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଳଙ୍କର ଭିଡ଼ ଜମିଥାଏ। ବାବାଙ୍କ ଆସ୍ତାନରେ ଚାଦର ଚଢ଼ାଇଥାନ୍ତି। ଉତ୍ସବର ପ୍ରଥମ ଦିନରେ ଗୋସାଲ, କୋରାନ୍ ପାଠ, ମିଲାତ ସରିଫ୍‌ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସକାଳୁ ସ୍ଥାନୀୟ ପରମିଟ୍‌ ଘାଟରୁ ପାଣି ଅଣାଯାଇ ବାବାଙ୍କ ଆସ୍ଥାନକୁ ପବିତ୍ର କରାଯିବା ପରେ ଚାଦର ଚଢାଯିବା ସହ ସାମୂହିକ କୋରାନ୍ ପାଠ କରାଯାଇଥିଲା।

ବିହାରର ଅମଜେର ସରିଫର ଧର୍ମଗୁରୁ ହଜରତ ସୟେଦ ଜମାଲୁଦ୍ଦିନ ଆବେଦୁଲ କ୍ୱାଦ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗୋସାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଭକ୍ତମାନେ ଦିବସବ୍ୟାପୀ ବାବାଙ୍କୁ ଦର୍ଶନ କରି ଚାଦର ଚଢାଇଥିଲେ। ଜନଗହଳି ନିୟନ୍ତ୍ରଣ ଓ ଶାନ୍ତିଶଙ୍ଖଳା ରକ୍ଷା ପାଇଁ ପୀରବାବା ଶାନ୍ତି କମିଟି ଏବଂ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଉତ୍ସବର ଶେଷ ଦୁଇ ଦିନରେ ସହରର ବିଭିନ୍ନ ଅଂଚଳରୁ ଭକ୍ତମାନେ ଶୋଭାଯାତ୍ରାରେ ଆସି ବାବାଙ୍କ ଉପରେ ଚାଦର ଚଢାଇବେ ବୋଲି ପରିଚାଳନା କମିଟିର କର୍ମକର୍ତ୍ତା କହିଛନ୍ତି। ପରିଚାଳନା କମିଟିର ସଭାପତି ଶେଖ ରଫିକ, ସମ୍ପାଦକ ଶେଖ ଜହିରୁଦ୍ଦିନଙ୍କ ସମେତ ଶେଖ ଅବଦୁଲ ଲତିଫ, ଶେଖ ଅବଦୁଲ ମୋହିତ, ଶେଖ ଅବଦୁଲ ବୁରହାନ, ଶେଖ ସାମସୁଦ୍ଦିନ, ହାଫିଜ ବାଦରୁଲ ହସନ, ଶେଖ ସଲିମ, ଶେଖ ଅବଦୁଲ ଇସଲାମ, ଶେଖ ଅବଦୁଲ କାମିଲ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe