ଆଜି ଦର୍ଶନ ଦେବେ ବାବା ଲୋକନାଥ

Advertisment
ଆଜି ଦର୍ଶନ ଦେବେ ବାବା ଲୋକନାଥ

ପୁରୀ : ବର୍ଷ ତମାମ ଜଳରାଶି ମଧ୍ୟରେ ଧ୍ୟାନସ୍ଥ ରହିବା ପରେ ପଙ୍କୋଦ୍ଧାର ଏକାଦଶୀରେ ଦର୍ଶନ ଦେବେ ପ୍ରଭୁ ଶ୍ରୀଲୋକନାଥ। ବର୍ଷକରେ ଏହି ଗୋଟିଏ ଦିନ ପ୍ରଭୁଙ୍କୁ ସଶରୀର ଦର୍ଶନ କରିବାର ଅବସର ମିଳୁଥିବାରୁ ଏହି ପ୍ରତୀକ୍ଷିତ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି ହଜାର ହଜାର ଭକ୍ତ। ରାତି ଦୁଇଟାରୁ ଆରମ୍ଭ ପ୍ରଭୁଙ୍କ ପହୁଡ଼ ଖୋଲିବା ପରେ ନୀତିକାନ୍ତ ଆରମ୍ଭ ହୋଇଥିବା ବେଳେ ରବିବାର ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗମ୍ବୀରାରୁ ପଙ୍କ କାଢ଼ିବା କାର୍ଯ୍ୟ ଆରମ୍ଭ ହେବ। ବର୍ଷ ସାରା ଭକ୍ତମାନେ ବେଲ ପତ୍ର, ଫୁଲ, ନୈବେଦ୍ୟ ଓ ପାଣି ଲାଗି କରିବା ପରେ ସେସବୁକୁ ଗମ୍ଭୀରା ମଧ୍ୟରୁ ଖାଲି କରାଯିବ। ପରେ ପ୍ରଭୁଙ୍କୁ ମାଘସ୍ନାନ କରାଯାଇ ଦର୍ଶନର ସୁଯୋଗ ମିଳିବ। ଦିନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଭୁଙ୍କୁ ଦେଖିବାର ଅପୂର୍ବ ସୁଯୋଗ ନେବେ ଭକ୍ତ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ଘରର ଦାୟିତ୍ବରେ ଥିବା ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ଜାଗର ଯାତ୍ରାର ପର୍ବ ୩ ଦିନ ଧରି ଚାଲେ। ପଙ୍କ ଉଦ୍ଧାର ପାଇଁ ଆଜି ବିଳମ୍ବିତ ରାତିରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ରାତି ୩ଟାରୁ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବ। ସକାଳ ୭ଟାରୁ ୮ଟା ମଧ୍ୟରେ ୧ ଘଣ୍ଟା ପାଇଁ ପ୍ରଭୁଙ୍କୁ ସେଇ ଜଳ ମଧ୍ୟରେ ଭକ୍ତମାନେ ଦର୍ଶନର ସୁଯୋଗ ପାଇବେ। ସକାଳ ୮ଟାରୁ ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ଦିନ ୧୨ଟା ବେଳକୁ ପଙ୍କ ଉଦ୍ଧାର କାର୍ଯ୍ୟ ଶେଷ ହୋଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe