ଚାରିଶମ୍ଭୁ ପୀଠରୁ ବାବା ପଶ୍ଚିମେଶ୍ୱରଙ୍କ ଚୈତ୍ର ଦଣ୍ଡଯାତ୍ରା ଉଦ୍‌ଯାପିତ, ଠାକୁରଙ୍କ ମନ୍ଦିର ପ୍ରବେଶ

ବୌଦ୍ଧ ଜିଲ୍ଲା ଐତିହାସିକ ଗନ୍ଧରାଢ଼ୀ (ଚାରିସମ୍ଭୁ)ପୀଠରେ ଗତ ମାସ ୨୨ତାରିଖରୁ ଆରମ୍ଭ ହୋଇଥିବା ଚୈତ୍ର ଦଣ୍ଡ ଯାତ୍ରା ରବିବାର ଉଦ୍‌ଯାପିତ ହୋଇ ଯାଇଛି। ରବିବାର ଠାକୁର ମନ୍ଦିର ପ୍ରବେଶ କରିଛନ୍ତି...

Baba pashishwar's Chaitra Danda Yatra begins from Charishambhu Peetha, Thakur enters temple

Baba pashishwar's Chaitra Danda Yatra begins from Charishambhu Peetha, Thakur enters temple Photograph: (sambad.in)

ବୌଦ୍ଧ: ବୌଦ୍ଧ ଜିଲ୍ଲା ଐତିହାସିକ ଗନ୍ଧରାଢ଼ୀ ଚାରିସମ୍ଭୁ ପୀଠରେ ଗତ ମାସ ୨୨ତାରିଖରୁ ଆରମ୍ଭ ହୋଇଥିବା ଚୈତ୍ର ଦଣ୍ଡ ଯାତ୍ରା ରବିବାର ଉଦ୍‌ଯାପିତ ହୋଇ ଯାଇଛି। ସିଦ୍ଧେଶ୍ୱର, ଯାଗେଶ୍ୱର, ପଶ୍ଚିମ ସୋମନାଥ, କପିଳେଶ୍ୱର, ଭଦ୍ରକାଳୀ, ଶ୍ୟାମାକାଳିଙ୍କ ସହ ବିଭିନ୍ନ ଦେବାଦେବୀଙ୍କଠାରେ ରିତିନୀତି ପୂଜାକାନ୍ତି ହେଲା ପରେ ଏହି ଦଣ୍ଡ ଉଠି ୨୧ ଦିନ ବିଭିନ୍ନ ଗ୍ରାମ ପରିକ୍ରମା ପରେ ରବିବାର ଠାକୁର ମନ୍ଦିର ପ୍ରବେଶ କରିଛନ୍ତି। 

ଏହି ଦଣ୍ଡରେ ଗୁହାରିଆମାନେ ସାମିଲ ହୋଇ ଠାକୁରଙ୍କୁ ବିଭିନ୍ନ ଗ୍ରାମ ପରିକ୍ରମା କରାଇ ଥିଲେ। ଚାରିଶମ୍ଭୁ ପୀଠରୁ ବାହାରିଥିବା ନୂଆ ଦଣ୍ଡ ଦଳ ଓ ପୁରୁଣା ଦଣ୍ଡ ଦଳ ପଶ୍ଚିମ ସୋମନାଥ ମନ୍ଦିରରୁ ଦଣ୍ଡ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ।  

୨୧ ଦିନ ବ୍ୟାପୀ ଏହି ଯାତ୍ରା ହେଉ ଥିବା ବେଳେ ପଣା ସଂକ୍ରାନ୍ତି ଦିନ ଠାକୁରମାନେ ମେରୁ ଯାତ୍ରା କରିବା ପରେ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି। 

ସକାଳେ ଠାକୁର ମନ୍ଦିରକୁ ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକେ ବନ୍ଦାଣ ଘେନା କରିଥିଲେ। ଏହାପରେ ମନ୍ଦିରରେ ପାଣି ଦଣ୍ଡ, ଧୂଳି ଦଣ୍ଡ, କାମନା ଦଣ୍ଡ, ଅଗ୍ନି ଦଣ୍ଡ କରାଯାଇ ଦଣ୍ଡ ଯାତ୍ରା ଉଦ୍‌ଯାପିତ ହୋଇଥିଲା। ଯାତ୍ରା ଦେଖିବା ପାଇଁ ଶହ ଶହ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।

ଅଧିକ ପଢ଼ନ୍ତୁ: ବିପଦ ସଙ୍କୁଳ ଅବସ୍ଥାରେ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ: ୩ ମାସ ମଧ୍ୟରେ ୧୫ରୁ ଅଧିକ ଦୂର୍ଘଟଣାରେ ୮ ମୃତ ଓ ୨୦ ରୁ ଅଧିକ ଆହତ

ଆଇନ ଶୃଙ୍ଖଳା ପାଇଁ ବୌଦ୍ଧ ପୁଲିସ ଓ ଜହ୍ନାପଙ୍କ ଫାଣ୍ଡି ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସେହିପରି ଚଣ୍ଡିଗଡ଼, ଚଣ୍ଡିତଲ, ଦାମୋଦରପୁର, କମିରା, କୃଷ୍ଣପାଳି, ଗୋଛାପଡା, ଗମ୍ଭାରୀପଦର, ଖଲିଆପାଳି ଗ୍ରାମରେ ଥିବା ଶୈବ ପୀଠ ଗୁଡିକରେ ମଧ୍ୟ ଉଠିଥିବା ଦଣ୍ଡ ଯାତ୍ରା ଉଦ୍‌ଯାପିତ ହୋଇ ଯାଇଛି।

ଅଧିକ ପଢ଼ନ୍ତୁ: ଦିବ୍ୟାଙ୍ଗ ମହିଳାଙ୍କ ପିଲା ଚୋରି: ସନ୍ଦିଗ୍ଧ ବ୍ୟକ୍ତି ଅଟକ

Boudh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe