ଜେଲର ଥିବା ସମୟରେ ସାରଥୀଙ୍କ ଦୈନନ୍ଦିନ ଜୀବନର ଗୁମର ଖୋଲିଲେ ଜେଲ କର୍ମଚାରୀ

Advertisment

କଟକ : ଜେଲରୁ ବାହାରିଲେ ଜୁହାର ହେଲେ। ଜେଲରୁ ବାହାରିବା ବେଳେ ବାବା ସାରଥୀ ଜୁହାର ହେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ବୋଧହୁଏ ଭବିଷ୍ୟତରେ ଯେପରି ଆଉ ଜେଲର ମାଟି ନ ମାଡିବେ ସେଥିପାଇଁ ମୁକୁଳିବା ସମୟରେ ଜୁହାର ହୋଇଥିଲେ ନିଜକୁ ଆତ୍ମଘୋଷିତ ଭଗବାନ ସଜାଇଥିବା ବାବା ସାରଥୀ। ହାଇକୋର୍ଟରୁ ଜାମିନ ପାଇବା ପରେ ଆଜି ଚୌଦ୍ୱାର ଜେଲରୁ ମୁକଳିଛନ୍ତି ଭଣ୍ଡ ସାରଥୀ ଓରଫ ସନ୍ତୋଷ ରାଉଳ। ଆଉ ଜେଲରୁ ସଜ ହୋଇ ସାରଥୀ ବାହାରିଥିବାର ଦେଖିବାକୁ ମିଳିଛି। ମଥାରେ ଚିତା ଚଇତନ ଓ ବେକରେ ଧୋବ ଫରଫର ଗାମୁଛାରେ ନଜର ଆସିଛନ୍ତି ସାରଥୀ।

publive-image

ତେବେ ଜେଲର ଥିବା ସମୟରେ ମଧ୍ୟ ସାରଥୀ ଯାଦୁ କରୁଥିବାର ଖବର ଏବେ ସାମ୍ନାକୁ ଆସିଛି। ଜେଲ କର୍ମଚାରୀଙ୍କ କହିବା ଅନୁଯାୟୀ, ଜେଲରେ ଯାଦୁ ଦେଖାଉଥିଲେ ସାରଥୀ। ତାଙ୍କର କଣ୍ଠ ଭଲ, ସେ ଭାଗବତ ପଢିବା ସହ ଦିନ ଆରମ୍ଭ କରିଥାନ୍ତି। ଏପରିକି ପ୍ରତିଦିନ ସାରଥୀ ଧ୍ୟାନରେ ବସୁଥିଲେ ସତ କିନ୍ତୁ ସେ ଧ୍ୟାନ୍ କେମିତି କରନ୍ତି ତାହା ଆଦୌ ଜାଣନ୍ତି ନାହିଁ। କେବଳ ଲୋକ ଦେଖାଣିଆ ସାରଥୀ ଧ୍ୟାନରେ ବସିଥାନ୍ତି।

ଏହାଛଡା ଜେଲରେ ନିଜର ଅଲୌକିକତା ବିଷୟରେ ଜଣାଇବାକୁ ଯାଇ ସାରଥୀ ଯାଦୁ ମଧ୍ୟ ଦେଖାଇଛନ୍ତି। ଜେଲ କର୍ମଚାରୀଙ୍କୁ ଯାଦୁ କରି ଅନେକଥର ମିଠା ଖୁଆଇଛନ୍ତି କିନ୍ତୁ କେବେ ଆକାଶରୁ ବିଭୂତି ବାହାର କରିପାରିନାହାନ୍ତି। ସାରଥୀ ନିଜକୁ ଆଧ୍ୟାତ୍ମିକ ଲୋକ କହୁଥିଲେ ମଧ୍ୟ ‘ଆଜ୍ଞା’ର ମାନେ ଜାଣିନଥିବା କହିଛନ୍ତି ଜେଲ କର୍ମଚାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe