ରାଜ୍ୟ ଓ ଦେଶର ସ୍ୱାର୍ଥ ମୋ ପାଇଁ ପ୍ରାଥମିକତା: ବାବା ରାମଦେବ

Advertisment

କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧

କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧

ରାଜ୍ୟ ଓ ଦେଶର ସ୍ୱାର୍ଥ ମୋ ପାଇଁ ପ୍ରାଥମିକତା: ବାବା ରାମଦେବ

ଭୁବନେଶ୍ବର: କନକ ନ୍ୟୁଜ ପକ୍ଷରୁ ଆୟୋଜିତ ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧ରେ ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇଛନ୍ତି ଯୋଗଗୁରୁ ବାବା ରାମଦେବ। ଓଡ଼ିଆରେ ଓଡ଼ିଶାବାସୀଙ୍କୁ ପ୍ରଣାମ ଜଣାଇ ଆତ୍ମନିର୍ଭର ଭାରତ ଉପରେ ନିଜର ଆଭିମୁଖ୍ୟ ରଖିଥିଲେ ବାବା ରାମଦେବ। ଏହି ପ୍ରସଙ୍ଗରେ ବାବା କହିଛନ୍ତି, ଆତ୍ମନିର୍ଭରଶୀଳ ହେବା ପାଇଁ ଶାରୀରିକ ସୁସ୍ଥତା ଜରୁରୀ ଏବଂ ଶାରିରୀକ ସୁସ୍ଥତା ପାଇଁ ଯୋଗ ଜରୁରୀ।

ଯୋଗ ଓ ଆୟୁର୍ବେଦକୁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଦେଇଥିବା ବାବା ରାମଦେବ କହିଛନ୍ତି ପ୍ରଚାର ହିଁ ବିସ୍ତାରର ମାଧ୍ୟମ। ଏହି ଅବସରରେ ତାଙ୍କୁ କନ୍ଧମାଳର ହଳଦୀ ଓ କୋରାପୁଟ କଫିର ପ୍ରଚାର କରିବେ କି ବୋଲି ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ସେ କହିଥିଲେ, ଓଡ଼ିଶା ପାଇଁ ବିନା ସ୍ୱାର୍ଥରେ ସେ କାମ କରିବାକୁ ରାଜି। ସରକାର ଚାହିଁଲେ ପ୍ରକୃତିକ ଉତ୍ପାଦର ପ୍ରଚାର ପାଇଁ ସେ ବ୍ରାଣ୍ଡ ଆମ୍ବାସାଡର ବନିବାରେ ବି ଅସୁବିଧା ନାହିଁ। ରାଜ୍ୟ ଓ ଦେଶର ସ୍ୱାର୍ଥ ତାଙ୍କ ପାଇଁ ପ୍ରାଥମିକତା ବୋଲି କହିଛନ୍ତି ଯୋଗଗୁରୁ ବାବା ରାମଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe