ବାବୁ ରହିବେ କ୍ବାର୍ଟର୍ସରେ, ବିଧାୟକ ଫ୍ଲାଟ୍‌ରେ!

Advertisment

ଗତ ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହୁ କହୁ କହିଥିଲେ, ମୁଁ ଏବେ ଯେଉଁ କ୍ବାର୍ଟର୍ସରେ ରହୁଛି ପୂର୍ବ ସରକାର ମୋତେ ସହଜରେ ଏହାକୁ ଦେଇନଥିଲେ। ମୋତେ ବିଧା‌ୟକ କଲୋନିରେ ଏକ ଫ୍ଲାଟ୍‌ ଆବଣ୍ଟନ କରିଥିଲେ।

ଗତ ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହୁ କହୁ କହିଥିଲେ, ମୁଁ ଏବେ ଯେଉଁ କ୍ବାର୍ଟର୍ସରେ ରହୁଛି ପୂର୍ବ ସରକାର ମୋତେ ସହଜରେ ଏହାକୁ ଦେଇନଥିଲେ। ମୋତେ ବିଧା‌ୟକ କଲୋନିରେ ଏକ ଫ୍ଲାଟ୍‌ ଆବଣ୍ଟନ କରିଥିଲେ।

Mohan

ଭୁବନେଶ୍ବର: ଗତ ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହୁ କହୁ କହିଥିଲେ, ମୁଁ ଏବେ ଯେଉଁ କ୍ବାର୍ଟର୍ସରେ ରହୁଛି ପୂର୍ବ ସରକାର ମୋତେ ସହଜରେ ଏହାକୁ ଦେଇନଥିଲେ। ମୋତେ ବିଧା‌ୟକ କଲୋନିରେ ଏକ ଫ୍ଲାଟ୍‌ ଆବଣ୍ଟନ କରିଥିଲେ। ମୁଁ ଜିଏ କ୍ବାର୍ଟର୍ସ ଦେବାକୁ ଅନୁରୋଧ କରିଥିଲେ ବି ଶୁଣିନଥିଲେ। ବାରମ୍ବାର କହିବା ପରେ ନଶୁଣିବାରୁ ମୁଁ କ୍ବାର୍ଟର୍ସ ନେବାକୁ ମନା କରିଦେଇଥିଲି। ଏହାପରେ ମୋତେ ଜିଏ କ୍ବାର୍ଟର୍ସ ମିଳିଥିଲା। ମୁଁ ଜାଣିଛି ସବୁ ବିଧାୟକମାନେ ଜିଏ କ୍ବାର୍ଟର୍ସରେ ରହିବାକୁ ପସନ୍ଦ କରନ୍ତି। କେବଳ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିରୋଧୀ ଦଳରେ ଥିବାବେଳେ ତାଙ୍କର ଏହି ସ୍ଥିତି ନଥିଲା। ସବୁ ବିଧାୟକଙ୍କର ସଦାବେଳେ ପସନ୍ଦ ଥାଏ ଯେ ତାଙ୍କୁ ଜିଏ କ୍ବାର୍ଟର୍ସ ମିଳୁ। କାରଣ କ୍ବାର୍ଟର୍ସରେ ତାଙ୍କର ଯେଉଁ ସ୍ବାଧୀନତା ଥାଏ ତାହା ଫ୍ଲାଟ୍‌ରେ ମିଳେନି। ଏପରିକି କ୍ବାର୍ଟର୍ସ ଲନ୍‌ରେ ନିଜ ଅଞ୍ଚଳରୁ ଆସିଥିବା କର୍ମୀଙ୍କୁ ଭେଟିବା ସୁବିଧା ଫ୍ଲାଟ୍‌ରେ ନଥାଏ।

ଏବେ ପ୍ରଶ୍ନ ଉଠୁଛି, ବିଧାୟକ କଲୋନିରେ ଥିବା କ୍ବାର୍ଟର୍ସକୁ ଭାଙ୍ଗି ଯେଉଁ ବହୁତଳ କୋଠା ନିର୍ମାଣ କରାଯାଉଛି ସେଠାରେ ବିଧାୟକମାନେ ରହିବେ ତ! ରାଜ୍ୟ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଯଦି ଜିଏ କ୍ବାର୍ଟର୍ସ ମିଳିବ, ତେବେ ବିଧାୟକ କାହିଁକି ଫ୍ଲାଟ୍‌ରେ ରହିବେ?  ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ କହିବାନୁଯାୟୀ ମୋ କ୍ବାର୍ଟର୍ସକୁ ପ୍ରତିଦିନ ଶତାଧିକ ଲୋକ ସେମାନଙ୍କ ଅଭିଯୋଗ ଆଣିକି ଆସୁଛନ୍ତି। କ୍ବାର୍ଟର୍ସ ପରିସରରେ ସମସ୍ତଙ୍କୁ ଏକାଠି ବସାଇ ସେମାନଙ୍କ ଅଭିଯୋଗ ଶୁଣିପାରୁଛି। ହେଲେ ଫ୍ଲାଟ୍‌ରେ ରହିଲେ କେମିତି ଲୋକଙ୍କୁ ଭେଟିବୁ? ଯଦି ନୂଆ କୋଠାରେ ପ୍ରତି ବିଧାୟକଙ୍କ ପାଇଁ ଗୋଟିଏ ଲେଖାଏ ଅଭିଯୋଗ ପ୍ରକୋଷ୍ଠ ହେବ ତେବେ ଫ୍ଲାଟ୍‌କୁ ଗଲେ ବିଶେଷ ଅସୁବିଧା ହେବନି। ଏ ଦିଗ ପ୍ରତି ବାଚସ୍ପତି ବିଚାର କରନ୍ତୁ।

ବିଧାୟକଙ୍କ ପାଇଁ ନିର୍ମାଣ ହେଉଥିବା ପ୍ରକୋଷ୍ଠକୁ ନେଇ କେଁ 
ନୂଆ କୋଠାରେ ଲୋକଙ୍କ ଅଭିଯୋଗ ଶୁଣିବା ବ୍ୟବସ୍ଥା ରହିବନି

ଅଧିକାଂଶ ବିଧାୟକଙ୍କ କହିବା କଥା ଯେ ବିଧାୟକମାନଙ୍କ ପାଇଁ ଯେଉଁ ଫ୍ଳାଟ୍ ନିର୍ମାଣ ହେଉଛି ସେଥିରେ ରହିଲେ ଆପାର୍ଟମେଣ୍ଟ‌ରେ ରହିବା ଭଳି ଲାଗିବ। କ୍ବାର୍ଟର୍ସରେ ଆମେ ରହିଲେ ଆମ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ଭେଟିପାରୁଛୁ। ସେମାନେ ଏଠାରେ ଫ୍ରେସ୍ ହୋଇପାରୁଛନ୍ତି। ଏପରିକି ବିଧାନସଭା ଚାଲିବାବେଳେ, କୌଣସି ସରକାରୀ କାର୍ଯ୍ୟରେ, ମେଡିକାଲ କାମରେ କେହି ଆସିଲେ ସେମାନେ କ୍ବାର୍ଟର୍ସ ପରିସରରେ କିଛି ଦିନ ରହିପାରୁଛନ୍ତି। ହେଲେ ଫ୍ଲାଟ୍‌ରେ ଏହି ସୁବିଧା ମିଳିବନି। ନୂଆକରି ନିର୍ମାଣ ହେଉଥିବା ବହୁତଳ କୋଠାରେ ଏହି ସୁବିଧା ମିଳିବନି। ତେଣୁ ଆମେ ଏହି ସମସ୍ୟା ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବୁ। 

ଆମେ ଲୋକ ପ୍ରତିନିଧି ହୋଇ ଫ୍ଲାଟ୍‌ରେ ରହିବୁ, ବାବୁମାନେ ବଡ଼ ବଡ଼ କ୍ବାର୍ଟର୍ସରେ ରହିବେ ଏହା ଯୁକ୍ତିଯୁକ୍ତ ନୁହେଁ। ଆମକୁ ପ୍ରତିଦିନ ଲୋକ ଭେଟିବାକୁ ଆସୁଛନ୍ତି ତେଣୁ ରାଜଧାନୀରେ ଯେତେ ବଡ଼ କ୍ବାର୍ଟର୍ସ ଅଛି ସେଗୁଡ଼ିକୁ ସବୁ ମନ୍ତ୍ରୀ, ବିଧାୟକଙ୍କୁ ଆବଣ୍ଟନ କରାଯାଉ। ଆଇଏଏସ୍‌, ଆଇପିଏସ୍‌,  ଆଇଏଫ୍‌ଏସ୍‌, ଓଏଏସ୍‌ ଆଦି ବରିଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସକୁ କେହି ଲୋକ ଭେଟିବାକୁ ଆସନ୍ତିନି। ଯଦି ମନ୍ତ୍ରୀ, ବିଧାୟକଙ୍କ ପାଇଁ କ୍ବାର୍ଟର୍ସ ଅଭାବ ପଡ଼ୁଛି ତେବେ ବାବୁମାନଙ୍କୁ ଏହି ନୂଆ କୋଠାରେ ନିର୍ମାଣ ହେବାକୁ ଥିବା ଫ୍ଲାଟ୍‌କୁ ସ୍ଥାନାନ୍ତର କରାଯାଉ। ସେମାନଙ୍କ କ୍ବାର୍ଟର୍ସକୁ ବିଧାୟକମାନଙ୍କୁ ଆବଣ୍ଟନ କରାଯାଉ।
ଓବିସିସି ପରିଚାଳନା ନିର୍ଦ୍ଦେଶକ ସମୀର ହୋତା କହିଛନ୍ତି ଯେ ବିଧାୟକ କଲୋନି ସ୍ଥାନରେ ଏବେ ବିଧାୟକଙ୍କ ପାଇଁ ୧୯୫ଟି ଟାଇପ୍-୬ ଏବଂ ୧୦୫ଟି ଟାଇପ୍-୭ କ୍ବାର୍ଟର୍ସ ନିର୍ମାଣ ହେଉଛି। ଅାସନ୍ତା ଡିସେମ୍ବର, ୨୦୨୫ ସୁଦ୍ଧା ଏହାକୁ ଶେଷ କରିବାକୁ ଆମେ ଟାର୍ଗେଟ୍ ରଖିଛୁ। ମୋଟ୍ ୭ଟି ଜି+୭ ଏବଂ ଜି+୮ କୋଠା ନିର୍ମାଣ ହେଉଛି। ପ୍ରତି କୋଠାର ଦୁଇଟି ଲେଖାଏ ବେସ୍‌ମେଣ୍ଟ ପାର୍କିଂ ରହିବ।  ଏହି କୋଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ମିଳିବ। ଏହି ଫ୍ଲାଟ୍‌ରେ ବିଧାୟକମାନେ ଯେପରି ଆରାମରେ ରହିପାରିବେ ସେ ବ୍ୟବସ୍ଥା କରାଯାଉଛି। ହେଲେ ଏହି କୋଠାରେ ବିଧାୟକମାନେ ସେମାନଙ୍କ ଅଞ୍ଚଳର ଲୋକଙ୍କୁ ଭେଟି ଅଭିଯୋଗ ଶୁଣିବା, ସେମାନଙ୍କ ଅଞ୍ଚଳର ଲୋକ ରହିବା ପାଇଁ ସ୍ବତନ୍ତ୍ର କୋଠରୀ ଆଦି କିଛି ନିର୍ମାଣ ହେଉନି।  ଏହା ବି ଡିଜାଇନ୍‌ରେ ନାହିଁ। ପ୍ରାୟ ୩୦୦ଟି ଫ୍ଲାଟ୍ ନିର୍ମାଣ ହେଉଥିବାବେଳେ ବିଧାୟକମାନଙ୍କୁ କ୍ବାର୍ଟର୍ସ ଆବଣ୍ଟନ ପରେ ବାକି ଫ୍ଲାଟ୍ କାହାକୁ ଆବଣ୍ଟନ ହେବ ତାହା ବାଚସ୍ପତି ନିଷ୍ପତ୍ତି ନେବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe