ଭୁବନେଶ୍ବର: ପ୍ରଥମ ଥର ପାଇଁ ଗୁରୁବାର ରାତି ପ୍ରାୟ ୧୦ଟାରେ ଘର ବାହାରକୁ ବାହାରିଛନ୍ତି ଅଭିନେତା ବାବୁସାନ ମହାନ୍ତି। ପ୍ରଥମେ ତାଙ୍କ ଘର ସାମନାରେ ଅପେକ୍ଷାରତ ସାମ୍ବାଦିକମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏତେ ସମୟ ପର୍ଯ୍ୟନ୍ତ ଏଠାରେ ଆପଣ ଅପେକ୍ଷା କରିଥିବାରୁ ସେ ବହୁତ ଦୁଃଖିତ ବୋଲି କହିବା ସହିତ ଆପଣ ଖାଇବାକୁ ଯାଆନ୍ତୁ। ମୋତେ ଆରାମରେ ରହିବାକୁ ଦିଅନ୍ତୁ। ତାଙ୍କ ଦେହ ସୁସ୍ଥ ଅଛି। ସେ ଠିକ ସମୟରେ ଠିକ କଥା କହିବେ। ଗଣମାଧ୍ୟମକୁ ପ୍ରତିକ୍ରୟା ଦେବେ। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, କୌଣସି ଚାପରେ ନାହାଁନ୍ତି। ପୁଲିସ ଡାକିଲେ ସେ ଯିବେ। ପୁଲିସ ଆଗରେ ସବୁ କଥା କହିବେ। ତାଙ୍କ ପୁଅ ଖୁବଶୀଘ୍ର ତାଙ୍କ ପାଖକୁ ଫେରି ଆସିବ ବୋଲି କହିଛନ୍ତି ସେ।
ବୁଧବାର ଭୁବନେଶ୍ବର ଫେରିଥିବା ବାବୁସାନ୍ ଗୁରୁବାର ସକାଳେ ଘର ବାଲକୋନିକୁ ଆସିଥିଲେ। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ସେ ପରିବାର ପାଖରେ ଅଛନ୍ତି। ସେଥିପାଇଁ ବହୁତ ଖୁସି ଅଛି। ଠିକ୍ ସମୟରେ ଠିକ୍ କଥା କହିବେ। ଏଇ ଅଳ୍ପ କଥା କହି ବାବୁସାନ୍ ଘର ଭିତରକୁ ଚାଲିଯାଇଥିଲେ। ବାବୁସାନଙ୍କ ସହ ତାଙ୍କର ମାଆ ଅପରାଜିତା ମହାନ୍ତି ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ ଯେ, ସେ ବୁଧବାର ଚେନ୍ନାଇରୁ ଫେରିବା ପରେ ଦିନଟାଯାକ ବିତିଯାଇଥିଲେ ବି ସେ ପତ୍ନୀ ତୃପ୍ତି ଓ ପୁଅକୁ ଭେଟିବାକୁ ଯାଇନଥିଲେ। ଅନ୍ୟପକ୍ଷରେ ତୃପ୍ତିଙ୍କ ଅଭିଯୋଗକୁ ନେଇ ପୁଲିସ ତାଙ୍କ ବିରୋଧରେ ଆଇପିସି ୪୯୮(ଏ) ଓ ୫୦୬ ଦଫା ଲଗାଇ ମାମଲା ରୁଜୁ କରିଛି। ଆଇପିସି ଧାରା ୪୯୮(ଏ) ହିସାବରେ ସେ ପତ୍ନୀଙ୍କୁ ଶାରିରୀକ ଓ ମାସନିକ ନିର୍ଯାତନା ଦେଉଥିଲେ। ସେହିପରି ଆଇପିସି ଦଫା ୫୦୬ ହିସାବରେ ସେ ପତ୍ନୀଙ୍କୁ ମାରିଦେବାକୁ ଧମକ ଦେଉଥିଲେ। ୪୯୮(ଏ)ରେ ୩ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ଜରିମାନା ଥିବା ବେଳେ ୫୦୬ରେ ଦୁଇ ବର୍ଷ ଜେଲ୍ ଦଣ୍ଡ କିମ୍ବା ଜରିମାନା ବିଧି ରହିଛି। ଅବଶ୍ୟ ସମସ୍ତ ଦଫା ଜାମିନ ଯୋଗ୍ୟ। ସେ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ବାବୁସାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଓ ଆକାଶ ଭୂୟାଁ ମାମଲା ପରିଚାଳନା କରୁଛନ୍ତି।
Follow Us