ଘର ବାଲକୋନିରେ ବାବୁସାନ୍: କହିଲେ, ଉଚିତ ସମୟରେ ଠିକ୍ କଥା କହିବି

Advertisment
ଘର ବାଲକୋନିରେ ବାବୁସାନ୍: କହିଲେ, ଉଚିତ ସମୟରେ ଠିକ୍ କଥା କହିବି

ଭୁବନେଶ୍ବର: ଗତକାଲି ଭୁବନେଶ୍ବର ଫେରିଥିବା ବାବୁସାନ୍ ଆଜି ନିଜ ଘର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କୁ ନମସ୍କାର କରିଛନ୍ତି। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ମୁଁ ପରିବାର ପାଖରେ ଅଛି। ସେଥିପାଇଁ ବହୁତ ଖୁସି ଅଛି। ଠିକ୍ ସମୟରେ ଠିକ୍ କଥା କହିବି। ଏଇ ଅଳ୍ପ କଥା କହି ବାବୁସାନ୍ ଘର ଭିତରକୁ ଚାଲିଯାଇଥିଲେ। ଏହି ସମୟରେ ବାବୁସାନଙ୍କ ସହ ତାଙ୍କର ମାଆ ଅପରାଜିତା ମହାନ୍ତି ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।
ଏହି ସମୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଅପରାଜିତା କହିଥିଲେ, ଆମ ଉଭୟଙ୍କ ଦେହ ଭଲ ନାହିଁ। ଏଣୁ ଆଜି କୁଆଡ଼େ ଯିବାର ନାହିଁ।
ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ବର ଫେରିବା ପରେ ବାବୁସାନ୍ ପ୍ରଥମେ ବାପା ମାଆଙ୍କ ପାଖକୁ ଯାଇଥିଲେ ଓ ବିଶ୍ରାମ ନେଇଥିଲେ। କିନ୍ତୁ ଦିନଟାଯାକ ବିତିଯାଇଥିଲେ ବି ସେ ପତ୍ନୀ ତୃପ୍ତି ଓ ପୁଅକୁ ଭେଟିବାକୁ ଯାଇନଥିଲେ।

ବୁଧବାର ସେ ବିମାନବନ୍ଦରରୁ ବାହାରକୁ ଆସିବା କ୍ଷଣି ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଘେରି ଯାଇ ପ୍ରଶ୍ନ କରିଥିଲେ। ହେଲେ ସେ କେବଳ କହିଥିଲେ ଯେ ସେ ପ୍ରଥମେ ବାପା-ମାଙ୍କୁ ଭେଟିବେ ଓ ପରେ ଯାହା କହିବା କଥା କହିବେ। ଏହା ପରେ ସେ ବିମାନବନ୍ଦରରୁ ସିଧା ବରମୁଣ୍ଡା ଜଗନ୍ନାଥବିହରସ୍ଥିତ ଘରକୁ ଯାଇଥିଲେ। ତାଙ୍କ ଘର ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିମାନେ ଅପେକ୍ଷା କରିଥିଲେ। ମାତ୍ର ସେମାନଙ୍କୁ ହତାଶ ହେବାକୁ ପଡ଼ିଥିଲା। କିନ୍ତୁ ଏକ ଭିଡିଓ ବାର୍ତ୍ତାରେ ମା’ ଅପରାଜିତା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ଓ କହିଥିଲେ ଯେ ବାବୁସାନ ବିଶ୍ରାମ ନେଉଛି ଓ ଦୁଇ ଦିନ ପରେ ସେ ପ୍ରତିକ୍ରିୟା ରଖିବ।

ଅନ୍ୟପକ୍ଷରେ ସେ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପତ୍ନୀ ତୃପ୍ତିଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତାଙ୍କ ବିରୋଧରେ ଆଇପିସି ୪୯୮(ଏ) ଓ ୫୦୬ ଦଫା ଲଗାଇ ମାମଲା ରୁଜୁ କରିଛି। ଆଇପିସି ଧାରା ୪୯୮(ଏ) ହିସାବରେ ସେ ପତ୍ନୀଙ୍କୁ ଶାରିରୀକ ଓ ମାସନିକ ନିର୍ଯାତନା ଦେଉଥିଲେ। ସେହିପରି ଆଇପିସି ଦଫା ୫୦୬ ହିସାବରେ ‌ସେ ପତ୍ନୀଙ୍କୁ ମାରିଦେବାକୁ ଧମକ ଦେଉଥିଲେ। ୪୯୮(ଏ)ରେ ୩ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ କିମ୍ବା ଜରିମାନା ଥିବା ବେଳେ ୫୦୬ରେ ଦୁଇ ବର୍ଷ ଜେଲ୍‌ ଦଣ୍ଡ କିମ୍ବା ଜରିମାନା ବିଧି ରହିଛି। ଅବଶ୍ୟ ସମସ୍ତ ଦଫା ଜାମିନ ଯୋଗ୍ୟ। ପତ୍ନୀ ଓ ଶିଶୁପୁତ୍ରକୁ ନ ଭେଟିବା ଓ ଆଇନଜୀବୀଙ୍କ ଜରିଆରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ଘଟଣାକୁ ନେଇ ବିଭିନ୍ନ ଆଲୋଚନା ହେଉଛି। ବାବୁସାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଓ ଆକାଶ ଭୂୟାଁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe