ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଆଗଧାଡ଼ିର ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ହୋଇଥିବା ବିବାଦକୁ ନେଇ ରାଜ୍ୟସାରା ଚର୍ଚ୍ଚା ହେଉଥିବା ବେଳେ ମାମଲା ଏବେ ଥାନାରେ ପହଞ୍ଚିଛି। ପ୍ରକୃତି ମିଶ୍ରଙ୍କ ବାପା-ମା’ ଭୁବନେଶ୍ବର ଖାରବେଳନଗର ଥାନାରେ ଆଜି ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ପ୍ରକୃତି ମିଶ୍ର ସାମାଜିକ ଗଣମାଧ୍ୟମ ଜରିଆରେ ନିଜ ଜୀବନରେ ଘଟି ଯାଇଥିବା ଅଘଟଣ ନେଇ ବୟାନ ଦେଇଛନ୍ତି।
/sambad/media/post_attachments/wp-content/uploads/2022/07/WhatsApp-Image-2022-07-23-at-3.32.59-PM.jpeg)
ସାମାଜିକ ଗଣମାଧ୍ୟମରେ ପ୍ରକୃତି ମିଶ୍ର ଲେଖିଛନ୍ତି, ପ୍ରତ୍ୟେକ କାହାଣୀର ଦୁଇଟି ପାର୍ଶ୍ବ ଥାଏ । ଦୁର୍ଭାଗ୍ୟବଶତଃ ଆମେ ଏମିତି ଏକ ସମାଜରେ ବାସକରୁଛୁ, ଯେଉଁଠାରେ କିଛି ଶୁଣିବା ପୂର୍ବରୁ ହିଁ ମହିଳାଙ୍କୁ ଦୋଷୀ ସଜାଇ ଦିଆଯାଏ । ମୁଁ ଏବଂ ମୋର କୋ-ଷ୍ଟାର ବାବୁସାନ ଚେନ୍ନାଇରେ ରହୁଥିବା ଉତ୍କଳ ସମାଜର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାହାରିଥିଲୁ । ସେହି ସମୟରେ ତାଙ୍କ ସ୍ତ୍ରୀ କିଛି ଗୁଣ୍ଡାଙ୍କୁ ଧରି ବାବୁସାନଙ୍କୁ ନିର୍ଯ୍ୟାତନା ଦେବା ସହିତ ମୋତେ ଅତର୍କିତ ଭାବେ ଶାରୀରିକ ଏବଂ ମାନସିକ ଆଘାତ କରିଥିଲେ । ତାଙ୍କ ସ୍ତ୍ରୀଙ୍କର ଏଭଳି ବ୍ୟବହାର ମୋ ପକ୍ଷରେ ଆଦୌ ଗ୍ରହଣଯୋଗ୍ୟନୁହେଁ ।
Follow Us