ଚିକିତ୍ସା ଯୋଗାଇଲେନି ଡାକ୍ତର, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ଯମଜ ସନ୍ତାନ ଜନ୍ମ ଦେଲେ ଗର୍ଭବତୀ

Advertisment
ଚିକିତ୍ସା ଯୋଗାଇଲେନି ଡାକ୍ତର, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ଯମଜ ସନ୍ତାନ ଜନ୍ମ ଦେଲେ ଗର୍ଭବତୀ

ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ପୁଣି ଜଣେ ମହିଳା ପ୍ରସବ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନାଯୋଗ୍ୟ,  ଆଜି ତିହିଡି ବ୍ଲକ୍‌ ତଳଡୁମୁଳା ଗାଁର ଜନୈକା ଅନ୍ତସତ୍ତ୍ୱା ମହିଳା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଭର୍ତ୍ତି ହେବା ପରେ ଅବସ୍ଥା ଗୁରୁତର ଅଛି କହି ଡାକ୍ତର କଟକ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ଗର୍ଭଯନ୍ତ୍ରଣା ହେଉଥିବା ବେଳେ ମହିଳା ପ୍ରସୂତି ଓ୍ଵାର୍ଡରୁ ସିନା ବାହାରୁକୁ ବାହାରି ଆସିଥିଲେ କିନ୍ତୁ ଆଉ ଯନ୍ତ୍ରଣା ସହି ନପାରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡା ବସିପଡ଼ି ଛଟପଟ ହୋଇଥିଲେ। ଏହି ସମୟରେ ହସ୍‌ପିଟାଲ ବାରଣ୍ଡାରେ ହିଁ ସେ ପ୍ରସବ କରିବା ପାଇଁ ବାଧ୍ୟ ହୋଇଥିଲେ।

publive-image

ବରଣ୍ଡାରେ ଯମଜ କନ୍ୟା ସନ୍ତାନ ପ୍ରସବ ସମୟରେ ସେଠାରେ ଡାକ୍ତର କିମ୍ବା ନର୍ସ କେହି ନଥିବା ପ୍ରସୂତିଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ଶେଷରେ ସ୍ଥାନୀୟ ମହିଳାଙ୍କ ସହଯୋଗରେ ଅନ୍ତସତ୍ତ୍ୱାଙ୍କ ପ୍ରସବ କରାଯାଇଥିଲା। ଏହି ଘଟଣା ପ୍ରଘଟ ହେବା ପରେ ଉତ୍ତେଜନା ଦେଖା ଦେଇଥିଲା, ଏହାପରେ ପ୍ରସୂତିଙ୍କୁ ଚିକିତ୍ସା ପାଇଁ ଓ୍ଵାର୍ଡକୁ ନିଆ ଯାଇଥିଲା।

publive-image

କୁହାଯାଉଛି କି, ଆଜି ‘ଫାଇଭ୍‌ ଟି’ ସଚିବ ଭି.କେ.ପାଣ୍ଡିଆନ୍‌ଙ୍କ ମେଡିକାଲ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏପରି ସ୍ଥଳେ ଏହି ଘଟଣା ଘଟିଥିବାରୁ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି। ଏ ପ୍ରସଙ୍ଗରେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳି ପାରି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe