ରାସ୍ତାରେ ଶିଶୁପୁତ୍ର ଜନ୍ମ, ଛାଡ଼ି ଚାଲିଗଲା ମା’

ରାସ୍ତାରେ ଶିଶୁପୁତ୍ର ଜନ୍ମ, ଛାଡ଼ି ଚାଲିଗଲା ମା’

newsoftown.com

ନୂଆଗାଁ : ଭ୍ରୂଣହତ୍ୟା ଘଟଣାକୁ ନେଇ ନୟାଗଡ଼ ଜିଲ୍ଲା କିଛିବର୍ଷ ତଳେ ନିନ୍ଦିତ ହୋଇଥିବା ବେଳେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଆଜି ଭୋରରୁ ରାସ୍ତାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇ ତା’ର ମା’ ଛାଡ଼ି ଚାଲିଯିବା ଘଟଣା ପଦାକୁ ଆସିଛି।

ସୂଚନା ଅନୁଯାୟୀ, ଶିଖରଗୋଛା ଗାଁମୁଣ୍ତ ସ୍କୁଲପାଖ ରାସ୍ତାକଡ଼ରେ ଏକ ଶିଶୁପୁତ୍ର ପଡ଼ିଥିବା ଖବର ଜଣାପଡ଼ିବା ପରେ ଗାଁର କିଛି ଯୁବକ ସେଠାରେ ପହଞ୍ଚିଥିଲେ। ଶିଶୁପୁତ୍ରକୁ ଦେଖି ସମସ୍ତେ ଆବାକ୍ ହୋଇଯାଇଥିଲେ। ବାଲି, ଗୋଡ଼ି ମାଟିରେ ନିସ୍ତବ୍ଧ ଅବସ୍ଥାରେ ଶିଶୁପୁତ୍ରଟି ଶୋଇ ରହିଥିଲା। ଦେହରେ ନାଡ଼ ଲାଗିଥିବା ବେଳେ ପାଖରେ ରକ୍ତଛିଟା ଏବଂ ପାଣି ବୋତଲ ପଡ଼ିଥିଲା। ସମସ୍ତେ ଶିଶୁପୁତ୍ରର ମା’ କିଏ ବୋଲି ଜାଣିବାକୁ ଚାହିଁଥିଲେ। ଏମିତି କିଛି ସମୟ ବିତିବା ପରେ ଶିଶୁପୁତ୍ରକୁ କେହି ନେବାକୁ ଆସିନଥିଲେ। ଶେଷରେ ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଥିଲା। ତେବେ କେଉଁ କାରଣରୁ ମା’ ପ୍ରସବ କରି ସନ୍ତାନକୁ ଆଣି ବାହାରେ ଫିଙ୍ଗିଲା ତାର ତଦନ୍ତ କରିବାକୁ ଶିଖରଗୋଛା ଗ୍ରାମବାସୀ ପୁଲିସ ନିକଟରେ ଦାବି କରିଛନ୍ତି। ଅନ୍ୟପକ୍ଷରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe