ସାପ କାମୁଡ଼ାରେ ଶିଶୁପୁତ୍ର ମୃତ

ସାପ କାମୁଡ଼ାରେ ଶିଶୁପୁତ୍ର ମୃତ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ସପାର୍ଘାତରେ ଏକ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁପୁତ୍ର କୁହ୍ଲମଲିଆ ଗ୍ରାମର ଭୁବନ ନାୟକଙ୍କ ୨ ବର୍ଷ ୨ ମାସର ପୁଅ ଆୟୂଷ ବୋଲି ଜଣାପଡ଼ିଛି। ଶନିବାର ଆୟୂଷଙ୍କ ମାଆ ସସ୍ମିତା କେନ୍ଦୁପତ୍ର ତୋଳିଆଣି ଘର ବାରଣ୍ତାରେ ରଖିଥିଲେ। ସେହି କେନ୍ଦୁପତ୍ର ଗଣ୍ଠିଲି ଭିତରେ ଏକ ବିଷଧର ସାପ ରହିଥିଲା, ଯାହାକୁ ପରିବାର ଲୋକେ ଜାଣିପାରି ନ ଥିଲେ। ସେହିପାଖରେ ଶିଶୁପୁତ୍ର ଜଣକ ଅନ୍ୟଏକ ଶିଶୁ ସହିତ ଖେଳୁଥିଲେ। ଏହି ସମୟରେ ବିଷଧର ସର୍ପଟି କେନ୍ଦୁପତ୍ର ଗଣ୍ଠିଲି ଭିତରୁ ବାହାରି ଆୟୂଷଙ୍କୁ କାମୁଡ଼ିଥିଲା।

ଅନ୍ୟଶିଶୁଟି ତୁରନ୍ତ ଯାଇ ପରିବାର ସଦସ୍ୟଙ୍କୁ ସାପ କାମୁଡ଼ିବା ସମ୍ପର୍କରେ ସୂଚନା ଦେଇଥିଲେ। ପରିବାର ଲୋକେ ପ୍ରଥମେ ଶିଶୁପୁତ୍ରକୁ ଗୁଣିଗାରେଡ଼ି ଚିକିତ୍ସାରେ ବ୍ୟସ୍ତ ରହି ଦୀର୍ଘ ସମୟ ପରେ ସନ୍ଧ୍ୟାରେ ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ। ରବିବାର ଶିଶୁଟିର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହାସ୍ତାନ୍ତର କରିଛି ପୁଲିସ। ଏଥିସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe