ମା’ କୋଳରୁ ୧୬ଦିନର ଶିଶୁପୁତ୍ରକୁ ଚୋରି କରି ବନ୍ଧା ହେଲେ ଦୁଇ ସଂପର୍କୀୟ ମହିଳା

Advertisment
ମା’ କୋଳରୁ ୧୬ଦିନର ଶିଶୁପୁତ୍ରକୁ ଚୋରି କରି ବନ୍ଧା ହେଲେ ଦୁଇ ସଂପର୍କୀୟ ମହିଳା

image source-angulpolice.nic.in

ପାଲଲହଡ଼ା: ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଥାନା ରଞ୍ଜନା ଗ୍ରାମର ତଳ ସାହିରେ ଗତ ୧୩ ତାରିଖ ରାତି ୧୧ଟାରେ ସୁନେଇ ମୁଣ୍ଡା ତାର ଏକ ମାତ୍ର  ୧୬ଦିନର ଶିଶୁ ପୁତ୍ରକୁ କୋଳରେ ଧରି ଶୋଇଥିବା ବେଳେ କେହି ତାକୁ ରାତିରେ ଚୋରି କରି ନେଇଥିଲା। ଖୋଜା ଖୋଜି କରି ନ ପାଇବା ପରେ ସୁନେଇ ମୁଣ୍ଡା ଓ ତାର ସ୍ବାମୀ ସୁଶୀଲ ମୁଣ୍ଡା ଗତକାଲି ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଶିଶୁକୁ ଚୋରି କରିଥିବା ସନ୍ଦେହରେ ସୁଶୀଲର ଦୁଇ ଜଣ ପିଉସୀ ଉର୍ମି ମୁଣ୍ଡା ଓ ସୁମି ମୁଣ୍ଡାଙ୍କୁ ପୁଲିସ୍ ଅଟକ ରଖି ପଚାଉଚରା କରିବା ବେଳେ ଦୁହେଁ ଚୋରି କରିଥିବା ସ୍ବୀକାର କରିଥିଲେ। ସୁମି ମୁଣ୍ଡା ଆସି ତା ବଡ଼ ଭଉଣୀ ଉର୍ମି ମୁଣ୍ଡା ପାଖାରେ ରହୁଥିଲା। ସୁମି ମୁଣ୍ଡା ତା ପ୍ରଥମ ସ୍ବାମୀକୁ ଛାଡ଼ି କେନ୍ଦୁଝର ଜିଲ୍ଲାର ସୀତାରାମପୁର ଗାଁରେ ଦ୍ୱିତୀୟ ବିବାହ କରିଥିଲେ। ସୁମିର କୌଣସି ସନ୍ତାନ ସନ୍ତତି ନଥିବା ହେତୁ ସୁମି ଉର୍ମି ସହିତ ମନ୍ତ୍ରଣା କରି ପୁତୁରା ସୁଶୀଲର ନବଜାତ ପୁଅକୁ ରାତି ଅଧରେ ଚୋରି କରି ନେଇ ଯିବା ଲାଗି ଯୋଜନା କରିଥିଲେ।

୧୩ ତାରିଖ ରାତି ୧୧ଟାରେ ମା’ କୋଳରେ ଶୋଇଥିବା ବେଳେ ଉଭୟ ଉର୍ମି ମୁଣ୍ଡା ଓ ସୁମି ମୁଣ୍ଡା ଛୁଆକୁ ଚୋରି କରି ନେଇ ଯାଇଥିଲେ। ପାଲଲହଡ଼ା ପୁଲିସ ମାମଲା ରୁଜୁ କରି ଶିଶୁକୁ ଠାବ କରିବାପାଇଁ  ଉଦ୍ୟମ ଜାରି ରଖିଥିଲେ। ଗତକାଲି ସଦଳବଳେ ପାଲଲହଡ଼ା ପୁଲିସ ଶିଶୁର ବାପା ସୁଶୀଲକୁ ଧରି ସୁମି ମୁଣ୍ଡାର ଶାଶୁ ଘର କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡରେ ଥିବା ଥାନା ବାରୀୟା ସୀତାରାମପୁର ଗ୍ରାମରେ ଚଢ଼ଉ କରିଥିଲା। ସେଠାରୁ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଉର୍ମି ମୁଣ୍ଡା ଓ ସୁମି ମୁଣ୍ଡାଙ୍କୁ ଗିରଫ କରିଛି। ଶିଶୁ ପୁତ୍ରର ଡାକ୍ତରୀ ପରୀକ୍ଷା ହୋଇଥିବା ବେଳେ ଉଭୟ ମହିଳାଙ୍କ ଆଣ୍ଟିଜେନ୍ ଟେଷ୍ଟ ପାଇଁ ପଠାଯାଇଛି। ଏହି ଘଟଣା ପାଲଲହଡ଼ା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe