ଚେଙ୍କ ଯୋଗୁଁ ପୁଣି ୯ ମାସର ଶିଶୁପୁତ୍ରର ମୃତ୍ୟୁ

Advertisment
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

ରାଇଘର : ପ୍ରଶାସନ ପକ୍ଷରୁ ଚେଙ୍କ ଚିକିତ୍ସା ଏକ ଅନ୍ଧ ବିଶ୍ବାସ ବୋଲି ଉପାନ୍ତ ତଥା ଆଦିବାସୀ ବହୁଳ ଗ୍ରାମ ଗୁଡ଼ିକରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ହେଲେ ଉପାନ୍ତ ଅଞ୍ଚଳରେ ଏହାର କୌଣସି ପ୍ରଭାବ ପଡ଼ୁ ନଥିବା ଦେଖା ଦେଇଛି। ଏଭଳି ଏକ ଅନ୍ଧ ବିଶ୍ବାସର ଶିକାର ହୋଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କସକଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଡ଼ାପାରା ଗ୍ରାମରେ ଜଣେ ଶିଶୁପୁତ୍ର ପ୍ରାଣ ହରାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଜଡ଼ାପାରା ଗ୍ରାମର ସୁକଦେବ ଗଣ୍ଡଙ୍କ ୯ ମାସର ପୁଅ ରୂପେଶକୁ ଗତ ସୋମବାର ଦିନ ଜ୍ବର ହୋଇଥିଲା। ପରିବାର ଲୋକେ ଡାକ୍ତରଖାନାକୁ ‌ନ ନେଇ ଜଡ଼ଯୋଙ୍ଗା ଅଞ୍ଚଳରୁ ଜଣେ ବୃଦ୍ଧାଙ୍କୁ ଡକାଇ ରୂପେଶକୁ ଚେଙ୍କ ଦେଇଥିଲେ। ଚେଙ୍କ ଯୋଗୁଁ ରୂପେଶର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ରୂପେଶ ଦେହରେ ପ୍ରାୟ ୨୦ଟି ଚେଙ୍କ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ସେଠାକାର ଆଶାକର୍ମୀ ସହନ୍ତି ଗଣ୍ଡ ସେଠାରେ ପହଞ୍ଚି ଶିଶୁପୁତ୍ରର ଏଭଳି ଅବସ୍ଥା ଦେଖି ତୁରନ୍ତ ୧୦୮ ଆମ୍ବୁଲାନ୍ସ ଡକାଇଥିଲେ। ଆମ୍ବୁଲାନ୍ସ ପହଞ୍ଚିବା ପରେ ଆଶାକର୍ମୀଙ୍କ ସହାୟତାରେ ରୂପେଶକୁ ହାଟଭରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ରୂପେଶର ଚିକିତ୍ସା ଜାରି ରହିଥିଲା। କିନ୍ତୁ ପରିବାର ଲୋକେ ଘରକୁ ଫେରିଯିବାକୁ ଇଛା ପ୍ରକାଶ କରିବାରୁ ଡାକ୍ତର ଶିଶୁପୁତ୍ରର ସ୍ୱାସ୍ଥ୍ୟ ଅବସ୍ଥା ଦେଖି ତାକୁ ଛଡ଼ାଯିବ ନାହିଁ ବୋଲି ମନା କରିଥିଲେ। ତେବେ ଗତ ଗୁରୁବାର ଦିନ ସକାଳ ପ୍ରାୟ ୧୦ଟା ସମୟରେ ଆଶାକର୍ମୀ ଓ ଡାକ୍ତର ଆସି ଦେଖିବା ବେଳକୁ ରୂପେଶକୁ ନେଇ ପରିବାର ଲୋକେ ମେଡିକାଲରୁ ଲୁଚି ପଳାଇଥିଲେ। ଏହା ପରେ ଡାକ୍ତର ଏ ନେଇ କୁନ୍ଦେଇ ଥାନାରେ ଲିଖିତ ଜଣାଇଥିଲେ। ଆଶାକର୍ମୀ ପୁଣି ଥରେ ସୁକଦେବ ଗଣ୍ଡଙ୍କ ଘରକୁ ଯାଇ ଦେଖିବା ବେଳକୁ ରୂପେଶକୁ ଘରୋଇ ଚିକିତ୍ସା କରୁଥିଲେ। ଆଶାକର୍ମୀ ସେମାନଙ୍କୁ ବହୁତ ବୁଝାଇବା ପରେ ବି ସେମାନେ ବୁଝି ନଥିଲେ। ଶେଷରେ ରୂପେଶର ଆଜି ଭୋର ୪ଟା ସମୟରେ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe