representational immage - The Indian Express
ଉତ୍କେଲା,: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ବାହାଦୁରପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର କୋଲୋନି ପଡ଼ା ପୋଖରୀକୁ ସାଙ୍ଗମାନଙ୍କ ସହ ​ଗାଧୋଇବାକୁ ଯାଇଥିବା ବେଳେ ଜଣେ ଶିଶୁର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ କେସିଙ୍ଗା ବ୍ଲକ ଉତ୍କେଲା ପଞ୍ଚାୟତ ଗୁଞ୍ଜେରମାଲ (କୋକୋଡ଼ମାଲ) ଗ୍ରାମର ନୀଳାମ୍ବର ହିଆଲଙ୍କ ପୁଅ ସନ୍ଦିପ ହିଆଲ (୭) ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ସନ୍ଦିପ ମାମୁ ହୀରାଲାଲ ଛୁରାଙ୍କ ଘରେ ରହି ବାହାଦୁରପଦର ପ୍ରାଥମିକ ବିଦ୍ୟାଳୟ (କଲୋନିପଡ଼ା)ରେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିଲେ। ଆଜି ପରୀକ୍ଷା ସରିବା ପରେ ଦିନ ୧୨ଟାରେ ଘରକୁ ଫେରି ସାଙ୍ଗମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପାଣିରେ ବୁଡ଼ି ଯାଇଥିବା ବେଳେ ଅନ୍ୟ ଶିଶୁମାନେ ପାଟି କରିବାରୁ ସ୍ଥାନୀୟ ଲୋକ ପୋଖରୀରେ ପହଞ୍ଚି ସନ୍ଦିପଙ୍କୁ ଉଦ୍ଧାର କରିଥିଲେ। ପରେ ତାକୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକ ଶବକୁ ଗୁଞ୍ଜେରମାଲ ଆଣି ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଘଟଣା ସମ୍ପର୍କରେ ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କହଁରଙ୍କୁ ପଚାରିବାରୁ ଆମେ ଘଟଣା ବିଷୟରେ ଶୁଣିଛୁ, ହେଲେ କେହି ଅଭିଯୋଗ କରିନଥିବା କହିଛନ୍ତି।
Follow Us