ଚମ୍ପୁଆ : ଚମ୍ପୁଆ ବ୍ଲକ୍ର କେତେକ ନିର୍ଦିଷ୍ଟ ଗ୍ରାମରେ ହାତୀପଲ ଆଡ଼ା ଜମାଇ ରହୁଥିବା ବେଳେ ଗତକାଲି ରାତିରେ ଏକ ହାତୀ ପ୍ରସବ କରିଛି। ଚମ୍ପୁଆ ବ୍ଲକ୍ର ବୈତରଣୀ ନଦୀ କୂଳରେ ଥିବା ଜଙ୍ଗଲରେ ଗୋଟିଏ ଦଳରେ ୬ ଓ ଅନ୍ୟଏକ ଦଳରେ ୧୬ ଟି ହାତୀ ରହୁଛନ୍ତି। ଗତରାତିରେ ୧୬ ଟିକିଆ ହାତୀପଲ ଗତକାଲି ସରେଇ ପଞ୍ଚାୟତ ଅଧୀନ ଟୁଣୁଟୁଣା ଗ୍ରାମର ବୈତରଣୀ ନଦୀ କୂଳରେ ଥିବା ଏକ ଆମ୍ବ ବଗିଚାରେ ଆଶ୍ରୟ ନେଇଥିଲେ। ସେଠାରେ ହାତୀଟି ପ୍ରସବ କରିଛି।
ହାତୀ ଛୁଆଟିକୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିବା ବେଳେ ତାକୁ ସୁରକ୍ଷା ଦେବାକୁ ଯାଇ ହାତୀ ପଲ ଛୁଆଟିକୁ ଚାରିପଟୁ ଘେରି ରହିଛନ୍ତି। ହାତୀ ଛୁଆ ପାଖକୁ ଯାଇ ହେଉ ନ ଥିବାରୁ ତାହାର ଲିଙ୍ଗ ଜଣା ପଡିନାହିଁ। ବନ ବିଭାଗ ନଜର ରଖିଛି।
Follow Us